ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ୍, ଦୁଇ ଯୁବକ ମୃତ
27/02/2020 at 11:43 AM

ରାୟଗଡା ୨୭।୨: ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅଙ୍ଗୁରୁ ଗ୍ରାମ ନିକଟରେ ବାଇକ୍ ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକମାନେ ହେଲେ କଲ୍ୟାଣସିଂହପୁର ବ୍ଲକ କୁର୍ଥେଲି ଗ୍ରାମର ବୃନ୍ଦାବନ କରକରିଆ ଓ ସନ୍ଦୀପ କରକରିଆ ।

ଏହି ଦୁଇ ଯୁବକ ଗତକାଲି ରାତି ପ୍ରାୟ ୧୨ଟା ୩୦ମିନିଟ୍ ବେଳେ ରାୟଗଡ଼ାରୁ ହୋଟେଲ କାମ ସାରି ନିଜ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ଅଙ୍ଗୁରୁ ନିକଟରେ ରାସ୍ତା ଉପରେ ଖରାପ ହୋଇ ପଡ଼ି ରହିଥିବା ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲେ । ଫଳରେ ଉଭୟଙ୍କର ରାସ୍ତାରେ ପିଟିହୋଇ ମୃତ୍ୟୁ ହୋଇଛି । ଖବର ପାଇ ଚାନ୍ଦିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାର ପ୍ରକୃତ କାରଣ ଅନୁସନ୍ଧାନ କରୁଛି ।
Related Posts
ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ, ୭୫ ବର୍ଷ ବୟସରେ ଦେହାନ୍ତ
28 January 2023