କେନାଲକୁ ମାଛ ଧରିବାକୁ ଯାଇ ୨ ଯୁବକ ନିଖୋଜ ; ଉଦ୍ଧାର କରିବା ଦାବିରେ ରାସ୍ତାରୋକ
24/09/2018 at 8:57 AM

କେନ୍ଦୁଝର ୨୪|୯: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟ କେନାଲକୁ ମାଛ ଧରିବାକୁ ଯାଇ ୨ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ଦାବିରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟଲୋକ ।
ସୂଚନା ଅନୁସାରେ ଗତକାଲି ସୋସୋ ଥାନା ବଣିଆହୁଡି ଗାଁର ଦୁଇଜଣ ଯୁବକ ଆନନ୍ଦପୁର ନିକଟ କେନାଲକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନିଖୋଜ ଯୁବକ ହେଲେ ସରୋଜ ଜେନା ଓ ସଞ୍ଜୟ ଜେନା । ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ଦାବିରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟଲୋକ । ଘଟଣାରେ ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ଦାବି କଲେ ଗ୍ରାମବାସୀ ।
Related Posts
ଘରେ ପଶି ମହିଳାଙ୍କୁ ଗୁଳିମାଡ଼, ପୋଲିସ ଖୋଜୁଛି କାରଣ
6 December 2023
ପୂର୍ବବିବାଦରୁ ଗୋଷ୍ଠୀ ସଂଘର୍ଷ, ଏକାଧିକ ଲୋକ ଆହତ
6 December 2023