WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାଇକ ଉପରେ ଚଢ଼ିଗଲା ହାଇୱା, ଦୁଇ ଆରୋହୀ ମୃତ

28/09/2023 at 7:08 PM

କଟକ: ବାଇକ ଉପରେ ଚଢ଼ିଗଲା ହାଇୱା। ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀ ମୃତ। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ପାରାଦୀପ ରାଜପଥ ପନ୍ଦର ନମ୍ବର ନିକଟରେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତକଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଛି।

ସୂଚନା ଅନୁଯାୟୀ, ଗୁରୁବାର ସକାଳେ ପାରାଦୀପରୁ କୁଜଙ୍ଗ ଯାଉଥିବା ଏକ ବାଇକକୁ, କୁଜଙ୍ଗରୁ ପାରାଦୀପ ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଚଢ଼ାଇଦେଇଥିଲା। ଘଟଣା ପରେ ସେଠାରୁ ଫେରାର ହୋଇଯାଇଥିଲା ହାଇଓ୍ବା । ଆଉ ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ବାଇକରେ ଯାଉଥିବା ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ମହାନଦୀକୁ ଡେଇଁଲେ ଯୁବତୀ, ଦେବଦୂତ ସାଜିଲେ ସ୍ଥାନୀୟ ଯୁବକ

ମୃତ୍ୟୁବରଣ କରିଥିବା ଦୁଇଜଣ ବ୍ୟକ୍ତି ମାର୍ଶାଘାଇ ଥାନା ଅଞ୍ଚଳର ହୋଇଥିବା ସୂଚନା ମିଳିଛି l ଦ୍ରୁତ ଗତି ଓ ବେପରୁଆ ଗାଡ଼ିଚାଳନା କାରଣରୁ ବାରମ୍ବାର ଏହି ସ୍ଥାନରେ ଏହିଭଳି ଦୁର୍ଘଟଣା ଘଟୁଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି l

   Related Posts