ଲିଫ୍ଟ ନେବା କାଳ, ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

Published By : Prameya-News7 Bureau | December 10, 2023 IST

ବାଙ୍କୀ ୧୦।୧୨ : ଲିଫ୍ଟ ନେବା ହେଲା କାଳ । ବାଙ୍କୀ ଦୋଲଣା ପୁର ଗାଁ ଛକ ନିକଟରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ । ଯେଉଁଥିରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ତାଳବସ୍ତ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

wp:embed {"url":"https://www.prameyanews7.com/8-people-died-in-uttapradesh-barely/","type":"wp-embed","providerNameSlug":"prameya-news-7"}
https://www.prameyanews7.com/8-people-died-in-uttapradesh-barely/
/wp:embed

ରାକେଶ କୁମାର ନାମକ ଜଣେ ଯୁବକ ଡମପଡ଼ା ମେଡିକାଲରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ସବୁ କାମ ସାରି ନିଜ ଘର ଖୋର୍ଦ୍ଧା ଟାଙ୍ଗିଆପଡ଼ାକୁ ଯାଇଥାନ୍ତି । ଏହିକ୍ରମରେ ଶନିବାର ଦିନ କାମ ସାରି ଘରକୁ ବାହାରିଥିଲେ । କୌଣସି ଗାଡି ନମିଳିବାରୁ ବାଟରେ ଯାଉଥିବା ଅଜୟ ତିରୋଇ ନାମକ ଜଣେ ଯୁବକଙ୍କୁ ଲିଫ୍ଟ ମାଗିଥିଲେ । ଉଭୟ ନିଜ ନିଜ ଗନ୍ତବ୍ୟସ୍ଥଳେ ଅଭିମୁଖେ ଯାଉଥିବା ବେଳେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଛି ।  

ସେପଟେ ଘଟଣାସ୍ଥଳରେ ତାଳବସ୍ତ ଫାଣ୍ଡି ପୋଲିସ ପହଁଚି ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବାଙ୍କୀ ମେଡିକାଲକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁ ନେଇ ସଠିକ୍‌ କାରଣ ଜଣାପଡିବ ।

wp:embed {"url":"https://www.prameyanews7.com/sanjay-bangar-returned-ipl-team-punjab-kings/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sanjay-bangar-returned-ipl-team-punjab-kings/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.