ଜାତିଆଣ ବିଦ୍ୱେଷ ମାମଲା: ଚକିରୀରୁ ବାହାର କରିଦେଇଥିଲେ, ୨ ବର୍ଷ ପରେ ପ୍ରିନ୍ସପାଲ ଓ ରେଜିଷ୍ଟ୍ରାରଙ୍କ ବିରୋଧରେ ରୁଜୁ ହେଲା ଏତଲା

Published By : Prameya-News7 Bureau | May 27, 2022 IST

ନୂଆଦିଲ୍ଲୀ ୨୭।୫: ଏସସି-ଏସଟି କମିଶନଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ଦୌଲତରାମ କଲେଜର ପ୍ରିନ୍ସିପାଲ ସବିତା ରାୟ, ଜଏଣ୍ଟ ରେଜିଷ୍ଟ୍ରାର ବିକାଶ ଗୁପ୍ତା ଓ ଅନ୍ୟମାନଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଛି। ଜନୈକା ମହିଳା ଆଡହକ ଆସିଷ୍ଟାଣ୍ଟ ପ୍ରଫେସର ଭେଦଭାବ ନେଇ ଅଭିଯୋଗ କରିଥିଲେ। ଏ ନେଇ ଅନୁସୂଚିତ ଜାତି ଓ ଜନଜାତି କମିଶନ ନିର୍ଦ୍ଦେଶ ଦେବା ପରେ ଦିଲ୍ଲୀ ପୋଲିସ ମୋକଦ୍ଦମା ରୁଜୁ କରିଛି।

ଦିଲ୍ଲୀ ଦୌଲତରାମ କଲେଜର ଅଡହକ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଚାକିରୀରୁ ବାହାର କରିଦିଆଯାଇଥିଲା। ଏ ବାବଦେ ପୀଡ଼ିତା ଭେଦଭାବର ଅଭିଯୋଗ ଆଣିଥିଲେ। ଅଗଷ୍ଟ ୨୦୨୦ରେ ଜାତିଆଣ ବିଦ୍ୱେଷ ନେଇ ପ୍ରିନ୍ସପାଲ ତାଙ୍କୁ ବିନା କୌଣସି ପୂର୍ବ ନୋଟିସ୍‌ରେ ଚାକିରୀରୁ ବହିଷ୍କାର କରିଥିଲେ ବୋଲି ଆସିଷ୍ଟାଣ୍ଟ ପ୍ରଫେସର ଅଭିଯୋଗ କରିଛନ୍ତି। ଏ ନେଇ ସେ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ତେବେ କୋର୍ଟରେ ଏବାବଦେ କୌଣସି ମୋକଦ୍ଦମା ରୁଜୁ ହୋଇପାରିନଥିବା ବେଳେ ଦିଲ୍ଲୀ ପୋଲିସ ମଧ୍ୟ ଏତଲା ରଖିନଥିଲା।

ଅଡହକ ଆସିଷ୍ଟାଣ୍ଟ ପ୍ରଫେସର ଏ ନେଇ ଏସସି-ଏସଟି କମିସନଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କମିଶନଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ପୋଲିସ ଏବେ ଏତଲା ରୁଜୁ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି। ତେବେ ପୂର୍ବରୁ ଅଭିଯୋଗର ଯଥେଷ୍ଟ ପ୍ରମାଣ ନଥିବାରୁ ପୋଲିସ ଏତଲା ରୁଜୁ କରିପାରିନଥିଲା ବୋଲି ଉତ୍ତର ଦିଲ୍ଲୀ ଡେପୁଟି ପୋଲିସ କମିଶନର  ସାଗର ସିଂହ କଲସୀ କହିଛନ୍ତି। ତେବେ ଏସସି-ଏସଟି କମିସନଙ୍କ ନିର୍ଦ୍ଦେଶ ପରେ ଆଇପିସିର ଧାରା ୧୨୦-ବି, ୪୬୫, ୪୬୮, ୪୭୧, ଶେକ୍ସନ ୩-ୟୁ ଓ ୧୯୮୯ ୩(୨) ଭିଆଇଆଇରେ ମୋକଦ୍ଦମା ରୁଜୁ ହୋଇଥିବା କଲସୀ କହିଛନ୍ତି।

{"id":635025,"width":841,"height":518,"sizeSlug":"full","linkDestination":"none"}

ଅଭିଯୋଗକାରିଣୀ ଦୌଲତରାମ କଲେଜରେ ଆଡହକ ପ୍ରଫେସର ଭାବେ୨୦୧୯ ମସିହାରେ ଯୋଗ ଦେଇଥିଲେ। ସାଇକୋଲଜି ପଢାଉଥିବା ପ୍ରଫେସର ପ୍ରାୟ ୬ ମାସ ପର୍ଯ୍ୟନ୍ତ କଲେଜରେ ଛାତ୍ରଛାତ୍ରୀଙ୍କ ଅଫଲାଇନ କ୍ଲାସ ନେଉଥିଲେ। ତେବେ ପରେ କରୋନା ଭାଇରସ ମହାମାରୀ ଲାଗି କଲେଜ ବନ୍ଦ ରହିବା ଯୋଗୁ ଅନଲାଇନ କ୍ଲାସ୍‌ ଆରମ୍ଭ ହୋଇଥିଲା। ତେବେ କରୋନା ଭାଇରସ ପ୍ରଥମଲହରର ମଝାମଝି କାଳରେ ବିନା କୌଣସି ନୋଟିସ୍‌ରେ ତାଙ୍କୁ ଚାକିରୀରୁ ଛଟେଇ କରିଦିଆଯାଇଥିଲା।

ଏ ବାବଦେ ସେ ପ୍ରିନ୍ସିପାଲଙ୍କୁ ଭେଟିବା ବେଳେ ତାଙ୍କ ପ୍ରତି ଜାତିଆଣ ଆକ୍ଷେପକରିବା ସହ ତାଙ୍କୁ ଅପମାନିତ କରିଥିଲେ। ତେବେ ପରେ ଗଣମାଧ୍ୟମରେ ତାଙ୍କ ବିରୋଧରେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ପରେ ଚାକିରୀରୁ ବରଖାସ୍ତ କରାଯାଇଥିବା ପ୍ରିନ୍ସିପାଲ କହିଛନ୍ତି। ହେଲେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ତାଙ୍କ ଅଭିଯୋଗ ରୁଜୁ କରିବାକୁ ପ୍ରାୟ ଦୀର୍ଘ ୨ ବର୍ଷ ଲାଗି ଯାଇଛି। ୨୦୨୦ରେ ଚାକିରୀରୁ ଛଟେଇ ହେବା ପରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ତାଙ୍କ କେସ୍ ବିଚାର ଲାଗି ଗ୍ରହଣୀୟ ନ ହେବା ଯୋଗୁ ଥାନା ଅଧିକାରୀଙ୍କୁ ଏତଲା ରୁଜୁ ନିମନ୍ତେ ନିର୍ଦ୍ଦେଶ ଦେବା ନିମନ୍ତେ ୨୦୨୧ରେ ସେସନ୍ସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିରେ ବି ସେ ସଫଳ ନ ହେବାରୁ ଶେଷରେ ଏସସି-ଏସଟି କମିଶନଙ୍କ ଦ୍ୱାରସ୍ଥ ହେବା ପରେ ମୋକଦ୍ଦମା ରୁଜୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.