ପାଣିଟାଙ୍କି ମରାମତି ବେଳେ ଅଘଟଣ : ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଇ ଶ୍ରମିକ ମୃତ
16/08/2019 at 10:12 AM

ବଲାଙ୍ଗିର ୧୬|୮: ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବରକାନୀ ଗାଁର ଘଟିଛି ଏଭଳି ଅଭାବନୀୟ ଘଟଣା । ପାଣି ଟାଙ୍କି ମରାମତି କରୁଥିବା ସମୟରେ ଅଘଟଣ ଘଟିଛି ।

ପ୍ରଥମେ ଜଣେ ଶ୍ରମିକ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଶ୍ରମିକ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ପଶ୍ଚିମବଙ୍ଗର ଗଙ୍ଗା ହୁସେନ୍ ଏବଂ ଦିଲବର୍ ହୁସେନ୍ । ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ମେଡିକାଲ ପଠାଇଛି ।
Related Posts
ରାସ୍ତାରେ ଚାଲୁଛି ବନ୍ୟାଜଳ, ହଜାର ହଜାର ଚାଷଜମି ଜଳମଗ୍ନ
15 August 2022
ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
15 August 2022