ଟୋଲ୍ ପ୍ଲାଜାରେ ମୁହାଁମୁହିଁ ଦୁଇ ମହିଳା; ବର୍ଷିଲା ବିଧା ଚାପୁଡା, ଚୁଟି ଟଣାଟଣି ହୋଇ ଶାଢି ଚିରି ଦେବାକୁ ଧମକ୍, ଭିଡିଓ ଭାଇରାଲ୍
16/09/2022 at 4:41 PM

ନାଶିକ: ଟୋଲ୍ ପ୍ଲାଜାରେ ମୁହାଁମୁହିଁ ଦୁଇ ମହିଳା। ବିଧା,ଚାପୁଡ଼ା ରାମ୍ପୁଡ଼ା। ତା ପରେ ଚୁଟି ଟାଣି ମୁହଁକୁ ମୁହଁକୁ ମୁଥା। କେହି କାହାରିକୁ ଛାଡ଼ିବାକୁ ନାରାଜ। ପାଖରେ ଲୋକେ ଛିଡ଼ାହୋଇଥିଲେ କଜିଆ ଭାଙ୍ଗିବାକୁ ସାହସ କାହାର ନାହିଁ। ଏମିତି ଘଟଣା ଦେଖିବାକୁ ମିଳିଥିଲା ମହାରାଷ୍ଟ୍ର ନାଶିକର ପିମ୍ପଲଗାରେ ଥିବା ଟୋଲପ୍ଲାଜାରେ। ଯାହାର ଭିଡିଓ ଏବେ ସୋସାଲ୍ ମିଡିଆରେ ଭାଇରାଲ ହେଉଛି।
କଳି ଲାଗୁଥିବା ଦୁଇ ମହିଳାଙ୍କ ମଧ୍ୟରେ ଜଣେ ଟୋଲ ପ୍ଲାଜା କର୍ମଚାରୀ ଓ ଅନ୍ୟ ଜଣେ ପାସେଞ୍ଜର ମହିଳା ବୋଲି ଜଣାପଡ଼ିଛି। ବୁଧବାର ଟୋଲ୍ ଫିକୁ ନେଇ ଦୁଇ ମହିଳାଙ୍କର ଏମିତି ଭୟଙ୍କର ରୂପ ଦେଖିବାକୁ ମିଳିଥିଲା। ପ୍ରଥମେ କଥା କଟାକଟି ପରେ ସିଧା ଆଟାକ। ଜଣେ ଅନ୍ୟ ଜଣଙ୍କର ଶାଢ଼ି ଚିରି ଦେବାକୁ ଧମକ ବି ଦେଉଥିଲେ।
A shocking incident has come to light that a fierce fight took place between women at the Pimpalgaon toll booth near Nashik. @IGPNashikRange pic.twitter.com/1PwGTugSqo
— 𝕄𝕣.ℝ𝕒𝕛 𝕄𝕒𝕛𝕚 (@Rajmajiofficial) September 15, 2022
ଦୁଇ ମହିଳାଙ୍କର ଏପରି ମାର୍ପିଟି ଦେଖି କିଛି ଲୋକ ଝଗଡ଼ା ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ହେଲେ କାହାକୁ ଟାଣି ଅଟକାଇବେ ବୁଝିପାରୁ ନଥିଲେ। ତେବେ ବହୁ କଷ୍ଟ ପରେ ଦୁଇ ଜଣଙ୍କର ଝଗଡା ଭାଙ୍ଗିଥିବା ଜଣାପଡ଼ିଛି। ଯାହାର ବିଡିଓକୁ ମିଷ୍ଟର ରାଜ୍ ମାଜି ନାମକ ଜଣେ ବ୍ୟକ୍ତି ଟ୍ୱିଟ୍ କରିଛନ୍ତି।
ତେବେ ଟୋଲ୍ ଫି କୁ ନେଇ ଏଇ ଗୋଟିଏ ଘଟଣା ନୁହେଁ। ଅତୀତରେ ଅନେକ ସମସ୍ୟା ଦେଖାଦେଇଛି। ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଟୋଲ୍ ଫିକୁ ନେଇ ମହିଳା କର୍ମଚାରୀଙ୍କୁ ଚାପୁଡ଼ା ମାରିଥିଲେ। ପରେ ମାମଲା ଥାନାରେ ପହଞ୍ଚିଥିଲା। ସେହିପରି ବାଇକ୍ରେ ଆସିଥିବା କିଛି ଲୋକ ମଧ୍ୟ ଟୋଲ୍ପ୍ଲାଜା ମାରପିଟ କରିଥିବା ଭିଡିଓ ଭାଇରାଲ ହୋଇଥିଲା।