ନୂଆବର୍ଷ ରାତିରେ ନିଶାଗ୍ରସ୍ତଙ୍କ ସୈତାନୀ କାରନାମା : ମହିଳାଙ୍କୁ ଘରେ ପଶି ଗଣଦୁଷ୍କର୍ମ, ଅନ୍ୟଜଣଙ୍କୁ ବାଟରୁ ଉଠାଇନେଇ ଦୁଇ ଦୁଇ ଥର ଦୁଷ୍କର୍ମ

Published By : Prameya-News7 Bureau | January 03, 2020 IST

କୋଲକତା ୩।୧: ପଶ୍ଚିମବଙ୍ଗରେ ଦୁଇ ମହିଳାଙ୍କୁ ଗଣଦୁଷ୍କର୍ମ । ଭିନ୍ନ ଭିନ୍ନ ଅଞ୍ଚଳରେ ଦୁଇ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ୫ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ନୂଆବର୍ଷ ଆଗମନରେ ସମସ୍ତେ ଉତ୍ସାହିତ ଥିବା ବେଳେ ପଶ୍ଚିମବଙ୍ଗରେ ଏଭଳି ଘଟଣା ଘଟିଛି । ଦକ୍ଷିଣ ଚବିଶ ପ୍ରାଗଣା ଜିଲ୍ଲାରେ ୩୦ ବର୍ଷ ବୟସ୍କା ମହିଳାଙ୍କୁ ତାଙ୍କ ଘରେ ୫ ଜଣ ମିଶି ଗଣଦୁଷ୍କର୍ମ କରିଥିବା ନେଇ ପୀଡିତା ମହିଳା ଅଭିଯୋଗ କରିଛନ୍ତି । ମହିଳା ସ୍ବାମୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ମହିଳା ଜଣଙ୍କ ଘରେ ଏକା ଥିଲେ । ରାତି ପ୍ରାୟ ୨ଟା ବେଳେ ସଂପୃକ୍ତ ଅଭିଯୁକ୍ତମାନେ ମହିଳା ରହୁଥିବା ଭଡା ଘରେ ଜୋରଜବରଦସ୍ତ ପଶି ଏଭଳି କାଣ୍ଡ ଭିଆଇଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ ସମସ୍ତେ ନିଶାଶକ୍ତ ଅବସ୍ଥାରେ ଥିଲେ । ଘର ମାଲିକ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମାତ୍ର ସେମାନେ ତାଙ୍କୁ ମାରପିଟ୍ କରିଥିଲେ । ୫ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନେ ହେଲେ ରତନ ଦାସ, ସୌଗାତ ସରକାର ଏବଂ ମୃଣାଳ ବିଶ୍ବାଳ ।

ସେହିଭଳି ଦକ୍ଷିଣ ଦିନାଜପୁର ଅଞ୍ଚଳରେ ଜଣେ ୨୭ବର୍ଷ ବୟସ୍କା ମହିଳାଙ୍କୁ ଦୁଇ ଥର ଦୁଷ୍କର୍ମ କରାଯାଇଛି । ମହିଳା ଜଣଙ୍କ ଡିସେମ୍ବର ୩୧ ରାତିରେ ଘରକୁ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି । ମହିଳା ଜଣଙ୍କ ନିଜ କାମ ସାରି ଫେରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ରାସ୍ତାରେ ମଦ ପିଇବାକୁ ବାଧ୍ୟ କରିଥିଲେ । ମାତ୍ର ସେ ରାଜି ନହେବାରୁ ତାଙ୍କୁ ଦୁଇ ଜଣ ଜୋରଜବରଦସ୍ତ ଦୁଷ୍କର୍ମ କରି ଏକ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦେଇଥିଲେ । ପରେ ସେହି ବାଟ ଦେଇ ଯାଉଥିବା ଅନ୍ୟ ଦୁଇ ଜଣ ବ୍ୟକ୍ତି ତାଙ୍କ ଏଭଳି ଅବସ୍ଥାରେ ଦେଖି ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କ ସହ ପୁର୍ନବାର ଦୁଷ୍କର୍ମ କରିଥିଲେ । ପୀଡିତା ମହିଳାଙ୍କୁ କାଳିଆଗଞ୍ଜ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଉଭୟ ଦୁଷ୍କର୍ମ ଘଟଣାରେ ମୋଟ୍ ୫ଜଣଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.