oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ବିଧବା ମହିଳାଙ୍କୁ ଦ୍ବିତୀୟ ବିବାହ କରି ଯୁବକ ଫେରାର ! ଥାନାର ଦ୍ବାରସ୍ଥ ହେଲେ ଦୁଇ ମହିଳା

23/12/2019 at 10:48 AM

ସୋର ୨୩।୧୨: ଏକ୍ ମାଲି ଦୋ ଫୁଲ୍ । ସୋର ଥାନାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ପୋଲିସ ଆଗରେ ଦୁଇ ଜଣ ମହିଳା ଜଣେ ଯୁବକଙ୍କୁ ନିଜ ନିଜ ସ୍ବାମୀ ବୋଲି ଦାବି କରିଛନ୍ତି । ଏଭଳି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଉଭୟ ମହିଳା ଥାନାରେ ଅଭିଯୋଗ କଲା ପରେ ସଂପୃକ୍ତ ଯୁବକ ଜଣଙ୍କ ଫେରାର ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ସୋର ପୌରପାଳିକା ବରଖୁଡି ଗ୍ରାମର ଜଣେ ଯୁବକ ପ୍ରଥମେ କ୍ଷୀରକୋଣୀ ଗ୍ରାମର ଜଣେ ମହିଳାଙ୍କୁ ବିବାହ କରିଥିଲେ । ଉଭୟଙ୍କର ତିନୋଟି ସନ୍ତାନ ହେବା ପରେ ସଂପୃକ୍ତ ଯୁବକ ଜଣଙ୍କ ମାର୍କୋଣାର ଜଣେ ବିଧବା ମହିଳାଙ୍କୁ ବିବାହ କରିଥିଲେ । ତାଙ୍କ ମା’ଙ୍କ ସମ୍ମୁଖରେ ମହିଳାଙ୍କ ମଥାରେ ସିନ୍ଦୁର ଦେଇ ବିବାହ କରିଥିଲେ । ବିବାହ କରିବା ପରେ ଶାରୀରିକ ସମ୍ପର୍କ ରଖିଥିଲେ ଯୁବକ । ଏହାପରେ ଯୁବକ ଜଣଙ୍କ ତାଙ୍କଠାରୁ ନୂଆ ବାଇକ୍, ଦାମୀ ମୋବାଇଲ ଓ ୪୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଛି ।

ଅନ୍ୟପଟେ ଯୁବକଙ୍କ ପ୍ରଥମ ସ୍ତ୍ରୀ ଥାନାରେ ଦ୍ବାରସ୍ଥ ହୋଇଛନ୍ତି । ତାଙ୍କ ସ୍ବାମୀ ତାଙ୍କ ପାଖରେ ରହୁ ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି । ଦ୍ବିତୀୟ ସ୍ତ୍ରୀ ମଧ୍ୟ ଥାନାର ଦ୍ବାରସ୍ଥ ହୋଇଛନ୍ତି । ସଂପୃକ୍ତ ଯୁବକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଦାବି କରିଛନ୍ତି । ଉଭୟ ମହିଳା ଥାନାକୁ ସମ୍ମୁଖରେ ନିଜ ନିଜ ଦାବି ପୋଲିସ ନିକଟରେ ରଖିଥିବା ଦେଖିବାକୁ ମିଳିଥିଲା ।

   Related Posts