ସଡ଼କ ଦୁର୍ଘଟଣାକୁ ନେଇ ଏନସିଆରବି ରିପୋର୍ଟ, ମୃତକଙ୍କ ମଧ୍ୟରେ ଅଧିକ ଦୁଇ ଚକିଆ ଗାଡି ଚାଳକ

Published By : Prameya-News7 Bureau | August 30, 2022 IST

ନୂଆଦିଲ୍ଲୀ: ୨୦୨୧ ମସିହାରେ ସଡକ ଦୁର୍ଘଟଣାରେ ଦୁଇ ଚକିଆ ବାହାନ ଚାଳକଙ୍କ ଅଧିକ ଜୀବନ ଯାଇଛି । ଗୋଟିଏ ବର୍ଷରେ ପ୍ରାୟ ୭୦,୦୦୦ ହଜାର ଦୁଇ ଚକିଆ ଚାଳକ ଏବଂ ଆରୋହୀଙ୍କ ମୃତ୍ୟୁ ହୋଇଛି । ଏନସିଆରବିର ସଦ୍ୟ ରିପୋର୍ଟରେ ଏହି ଖବର ସାମନାକୁ ଆସିଛି । ଏହାସହ ୨୦୨୧ ମସିହାରେ ସଡକ ଦୁର୍ଘଟଣାରେ ୧,୫୫,୬୨୨ ଜଣଙ୍କ ଜୀବନ ଯାଇଛି ।

ଏନସିଆରବି ରିପୋର୍ଟ ଅନୁସାରେ, ୨୦୨୧ ମସିହାରେ ସଡ଼କ ଦୁର୍ଘଟଣାରେ ଦୁଇ ଚକିଆ ଗାଡି ଦୁର୍ଘଟଣାରେ ମୋଟ ୬୯,୨୪୦ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ବର୍ଷର ମୋଟ ସଡ଼କ ଦୁର୍ଘଟଣାର ୪୪.୫ ପ୍ରତିଶତ । ସେହିପରି କାର ଦୁର୍ଘଟଣାରେ ୨୩,୫୩୧ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ଦୁର୍ଘଟଣାର ୧୫.୧ ପ୍ରତିଶତ । ଟ୍ରକ ଏବଂ ଲରି ଦୁର୍ଘଟଣା ଯୋଗୁଁ ୧୪,୬୨୨ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ମୋଟ ଦୁର୍ଘଟଣାର ୯.୪ ପ୍ରତିଶତ।

ଦୁଇ ଚକିଆ ଗାଡି ଦୁର୍ଘଟଣାରେ ତାମିଲନାଡୁରେ ସବୁଠୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଏହା ପଛକୁ ଉତ୍ତର ପ୍ରଦେଶ ରହିଛି । ତାମିଲନାଡୁରେ ମୋଟ ୮,୨୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ମୋଟ ୭,୪୨୯ ଜଣଙ୍କ ମୃତ୍ୟୁ ହୋଇଛି।

ଅନ୍ୟପଟେ ଚାରି ଚକିଆ ଗାଡି ଦୁର୍ଘଟଣାରେ ଉତ୍ତର ପ୍ରଦେଶରେ ୪,୦୩୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ମିନିଟ୍ରକ, ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ପ୍ରଦେଶ ଉପରେ ରହିଛି ।  ମୋଟ ୧୪,୬୨୨ ମଧ୍ୟରୁ ମଧ୍ୟ ପ୍ରଦେଶରେ ୩,୪୨୩ ଜଣଙ୍କ ମୃତ୍ୟୁ ହୋଇଛି, ଯାହା ଦୁର୍ଘଟଣାର ୨୩.୪ ପ୍ରତିଶତ ।

ଯଦି ମାସ ଅନୁସାରେ ଦୁର୍ଘଟଣା ଦେଖାଯାଏ ତେବେ ଜାନୁଆରୀ ମାସରେ ସର୍ବାଧିକ ଦୁର୍ଘଟଣା ଘଟିଛି । ଜାନୁଆରୀରେ ମୋଟ ୪୦,୨୩୫ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ସଡକ ଦୁର୍ଘଟଣାର ଏହା ୧୦ ପ୍ରତିଶତ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.