ଟୁ-ହ୍ବିଲରରେ ଡବଲ୍ ହେଲମେଟ୍ : ଡେଡ୍‌ଲାଇନ୍ ପୂରିଲା ପରେ ଧରପଗଡ

Published By : Prameya-News7 Bureau | January 18, 2020 IST

ଭୁବନେଶ୍ବର ୧୮।୧: ଜୋରଦାର ହେବ ଟ୍ରାଫିକ୍ ଧରପଗଡ । ୩ ମାସିଆ ଡେଡଲାଇନ୍ ପୂରା ହେବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ବାଇକ୍ ପଛରେ ବସିଲେ ଦେବାକୁ ପଡିବ ଫାଇନ୍ । ନୂଆଦିଲ୍ଲୀରେ ସଡକ ସୁରକ୍ଷା ବୈଠକରେ ଯୋଗଦେଇ ଫେରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ପ୍ରତି ୩୦ କିଲୋମିଟରରେ ମୋବାଇଲ ଭ୍ୟାନ୍ ରହିବ । ପ୍ରତି ୩୦ କିଲୋମିଟର ରାସ୍ତାରେ ରହିବେ ସ୍କ୍ବାର୍ଡ । ଦୁର୍ଘଟଣାପ୍ରବଣ ରାସ୍ତାରେ ବ୍ଲାକ୍ ସ୍ପଟ୍ ଚିହ୍ନଟ କାମ ଜାରି ରହିଛି । ଏ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । ଆର୍ଥିକ ସହାୟତା ମିଳିଲେ ସ୍କ୍ବାଡ୍ ଜଗାଇବୁ ବୋଲି ମନ୍ତ୍ରୀ କହିଛନ୍ତି ।

ଜରିମନା କୋହଳ ନେଇ ଆଲୋଚନା ହୋଇଛି । ମାତ୍ର ଆଇନ ପରିବର୍ତ୍ତନ ହୋଇନାହିଁ । ଜରିମନା କୋହଳ ନେଇ ସମ୍ମତି ମିଳିଲେ କମିବ । କିନ୍ତୁ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ । ବାଇକ୍ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ଏହାକୁ କଡାକଡି କରାଯିବ । ତିନି ମାସ କଣ୍ଟ ପୁରିଲେ କଟକଣା ଲାଗୁ ହେବ । ଆଉ ସମୟ ଦିଆଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଫେବୃଆରୀରେ କଣ୍ଟ ପୁରିଲେ ମାର୍ଚ୍ଚରୁ କଟକଣା ଜୋରଦାର ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.