ରିପୋର୍ଟରେ ନାଁ ନାହିଁ, ୨୦୨୦ ସୁଦ୍ଧା କେମିତି ପୂରଣ ହେବ ୨ଟି ଗାଁର ଲୋକଙ୍କ ଘର ସ୍ବପ୍ନ ?

Published By : Prameya-News7 Bureau | December 06, 2019 IST

ନବରଙ୍ଗପୁର ୬।୧: ୨୦୨୦ ସୁଦ୍ଧା ସବୁ ଗରିବଙ୍କୁ ମିଳିବ ପକ୍କା ଘର । ଯୁଦ୍ଧକାଳୀନ ଭିତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ମୋ କୁଡ଼ିଆ, ବିଜୁ ପକ୍କା ଘର, ଗୋପବନ୍ଧୁ ଆବାସ ଭଳି ଯୋଜନା ମାଧ୍ୟମରେ ଘର ହୀନଙ୍କୁ ଘର ଯୋଗାଇ ଦିଆଯାଉଛି । କିନ୍ତୁ ସାମାଜିକ ଆର୍ଥିକ ଓ ଜାତିଭିତ୍ତିକ ରିପେ।ର୍ଟରେ ନାଁ ଚଢି ନଥିବାରୁ ଘର ଖଣ୍ଡ ପାଇବାରୁ ବଞ୍ଚିତ ହେ।ଇଛନ୍ତି ନବରଙ୍ଗପୁର ଜିଲ୍ଲାର ୨ଟି ଗାଁର ଲେ।କ ।

{"id":194640,"sizeSlug":"large"}

ଆର୍ଥିକ ଅନଗ୍ରସର ଗରିବ ଲୋକଙ୍କୁ ପକ୍କା ଘର ଯେ।ଗାଇଦେବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ।୨୦୨୦ ସୁଦ୍ଧା ଦେଶର ସମସ୍ତ କଚ୍ଚା ଘର ଗୁଡିକୁ ପକ୍କା ଘର କରିବାର ଲକ୍ଷ୍ୟ ରଖାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଗରିବ ହିତାଧିକାରୀଙ୍କୁ ଘର ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର। କିନ୍ତୁ ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଳକ ମାଳିଗୁଡା ପଞ୍ଚାୟତ ବି.ମାଳିଗୁଡା ଓ ଚିଲିଗୁଡା ଗାଁ ଲେ।କଙ୍କ ପାଇଁ ସ୍ବପ୍ନ ପାଲଟିଛି ଘର । ସରକାରଙ୍କ ଦ୍ବାରା ପ୍ରସ୍ତୁତ ଏସ.ଇ.ସି.ସି ତାଲିକାରେ ନାଁ ନଥିବାରୁ ଗତ ତିନି ବର୍ଷ ଧରି ଘର ଖଣ୍ଡିକ ପାଇ ପାରୁନାହାନ୍ତି ଏହି ଦୁଇଟି ଗାଁର ଲେ।କ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନଥିବା ବେଳେ ଦୟନୀୟ ଅବସ୍ଥାରେ ବଞ୍ଚୁଛନ୍ତି । କିଏ ପଲିଥିନ୍ ପକାଇ ରହୁଛି ତ କିଏ ଛାଟିମାଟି ଘରେ ଭାଗ୍ୟକୁ ଆଦରି ପଡି ରହୁଛନ୍ତି ।

{"id":194641,"sizeSlug":"large"}

ଏସ.ଇ.ସି.ସିତାଲିକାରେ ନାଁ ଉଠାଇବାକୁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଥିଲେ ହିତାଧିକାରୀ । ବିଧାୟକ, ମନ୍ତ୍ରୀଙ୍କୁ କହି କହି ଥକି ଗଲେଣି । ସମସ୍ତଙ୍କର ଗେ।ଟିଏ ଉତ୍ତର ସମସ୍ୟାର ସମାଧାନ ହେ।ଇଯିବ । ଅନ୍ୟପଟେ ନିକଟରେ ଏକ ସର୍ଭେ କରାଯାଇଛି । କିଛି ତ୍ରୁଟି ଥିଲେ ଶୀଘ୍ର ସଂଶୋଧନ କରାଯିବ ବୋଲି କହିଛନ୍ତି ପ୍ରକଳ୍ପ ସଂଯେ।ଜକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.