ମାଓବାଦୀଙ୍କ ବର୍ବରତା, ପୋଲିସ ଇନଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ହତ୍ୟା

Published By : Prameya-News7 Bureau | February 23, 2024 IST

ମାଲକାନଗିରି ୨୩/୦୨: ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ଘଟିଛି ଏହି ହିଂସାକାଣ୍ଡ । ମୃତକ ମାନେ ହେଲେ ପାମେଡ ଥାନା ଅନ୍ତର୍ଗତ କାୟର ଦୁଲେଡ ଗ୍ରାମର ସୋଡି ହୁଙ୍ଗା ଓ ମାଡବି ନନ୍ଦା । ନକ୍ସଲ ପନ୍ଥିଙ୍କ ପାମେଡ ଏରିଆ କମିଟି ଏହି ହତ୍ୟା କାଣ୍ଡ ଘଟାଇଥିବା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି । ଘଟଣା ସମ୍ପର୍କରେ ଅଧିକ ଛାନବିନ କରୁଛି ସୁକମା ପୋଲିସ ।

you can also read....

wp:embed {"url":"https://www.prameyanews7.com/ganza-destroy-by-police-at-lamtaput/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ganza-destroy-by-police-at-lamtaput/
/wp:embed

ସୂଚନା ଥାଉକି, କିଛିଦିନର ନୀରବତା ପରେ ପୁଣି ମାତିଛନ୍ତି ମାଓବୀଦୀ । ସୁକ୍‌ମା ଜିଲ୍ଲାରେ ମାଓବାଦୀମାନେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ଏମାନଙ୍କୁ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଛି । ତେବେ ତଦନ୍ତ ପରେ ସ୍ପଷ୍ଟ ହେବ ପ୍ରକୃତ ଘଟଣା । ସେପଟେ ମାଓବାଦୀଙ୍କ ଏମିତି କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.