ପୁରୀ ୧୯/୦୪: କୁଆଡ଼େ ଗଲା ଶ୍ରୀମନ୍ଦିର ପ୍ରଶାସନର ଦୁଇ ଦୁଇଟି ଫାଇଲ୍ ? ଜଗନ୍ନାଥ ଟେମ୍ପଲ ଆଡମିନିଷ୍ଟ୍ରେସନର ୨ଟି ଫାଇଲ ପାଉନି ରାଜ୍ୟ ଆଇନ ବିଭାଗ । ଫାଇଲ ଖୋଜିବାକୁ ବିଭାଗର ସବୁ ସେକ୍ସନକୁ ଉପସଚିବଙ୍କ ଚିଠି । ହାଇକୋର୍ଟରେ ଜବାବ ଦାଖଲ କରିବାକୁ ଥିବାରୁ ଅକଳରେ ପଡ଼ିଛି ବିଭାଗ ।
ତେବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲ୍ ଆଇନ ବିଭାଗରୁ କେମିତି ଗାଏବ୍ ହୋଇଗଲା ତାକୁ ନେଇ ଉଠିଛି ପ୍ରଶ୍ନ । ତୁରନ୍ତ ଫାଇଲ ଖୋଜି ବାହାର କରିବା ସହିତ ଜେ.ଟି.ଏ. ସେକ୍ସନକୁ ଜଣାଇବା ଲାଗି ଏଥିରେ କୁହାଯାଇଛି। ଫାଇଲ ନ ମିଳିଲେ ଏହି ବିଭାଗର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଏଥିରେ ଚେତାବନୀ ଦିଆଯାଇଛି। ସରକାରଙ୍କ ଉପସଚିବ ଏ. ମହାନ୍ତି ଆଇନ ବିଭାଗର ବିଭିନ୍ନ ସେକ୍ସନକୁ ଏହି ଚିଠି କରିଛନ୍ତି।..