ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଜଣେ ଡ୍ରାଇଭର ମୃତ, ଅନ୍ୟ ଜଣେ ଗୁରୁତର

Published By : Prameya-News7 Bureau | December 24, 2022 IST

ଦେବଗଡ଼: ଶନିବାର ରାତି ପ୍ରାୟ ନଅଟାରେ ୪୯ ନମ୍ବର ଜାତୀୟ ରାଜପଥର କଂସର ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଡ୍ରାଇଭରଙ୍କ  ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଆହତ ଅନ୍ୟ ଡ୍ରାଇଭରଙ୍କୁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ରାୟପୁରରୁ ଗୋଟିଏ ଟ୍ରକରେ କୁକୁଡା ଦାନା ବୋଝେଇ ହୋଇ ବାଲେଶ୍ଵର ଅଭିମୁଖେ ଯାଉଥିବା ବେଳେ ଅନ୍ୟ ଟ୍ରକରେ ତାଳଚେରରୁ କୋଇଲା ବୋଝେଇ ହୋଇ ଝାରସୁଗୁଡ଼ା ଭୁଷଣ କାରଖାନାକୁ ଯାଉଥିଲା । ଦେବଗଡ ଜିଲ୍ଲାର କଂସର ଛକ ନିକଟରେ ଉଭୟ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ମୃତ ଡ୍ରାଇଭର୍ ହେଲେ ବିହାର ରାଜ୍ୟ ବକ୍ତିଆରପୁର ଗ୍ରାମର ସତ୍ୟାନନ୍ଦ କୁମାର। 

ଅନ୍ୟ ଟ୍ରକ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଛନ୍ତି।  ଗୁରୁତର ଆହତ ଡ୍ରାଇଭର ହେଲେ କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ଦେଉଳୀ ଗ୍ରାମର ଜୟନ୍ତ କୁମାର ରାଉତ।  ଗୁରୁତର ଡ୍ରାଇଭରଙ୍କୁ  ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାପରେ ଦେଶର ଦୁଇ ପ୍ରମୁଖ ମହାନଗରୀ  କୋଲକାତା- ମୁମ୍ବାଇ ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.