ଦୁଇଟି ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଫେରାର

Published By : Prameya-News7 Bureau | March 10, 2020 IST

ଭୁବନ୧୦।୩: ଦୁଇଟି ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ୍ ଜବତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଜବତ କରିଛି ଭୁବନ ବନ ବିଭାଗ । ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ କିଛି ଦିନ ହେବ ଚୋରା ମାଙ୍କଡା ପଥର ଚାଲାଣ ହେଉଥିବା ବେଳେ ଏହା ଉପରେ ନଜର ରଖିଥିଲା ଭୁବନ ବନ ବିଭାଗ ।

{"id":235941,"sizeSlug":"large"}

ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ୍ ଅଞ୍ଚଳରୁ ଭୁବନ ଅଞ୍ଚଳକୁ ଚୋରା ମାଙ୍କଡା ପଥର ଚାଲାଣ ହେଉଥିବାର ଖବର ପାଇ ଭୁବନ ବନ ଅଧିକାରୀ ନମିତା ସେଠୀ ଚଢାଉ କରିଥିଲେ ।  ଭୁବନ କାଳୀବଜାରରୁ ଜବତ ହୋଇଥିଲା ଦୁଇଟି ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ୍ ।

{"id":235942,"sizeSlug":"large"}

ଘଟଣାସ୍ଥଳରୁ ଦୁଇ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିଲେ । ORY-3585 ଏବଂ OR09 F-4812 ଟ୍ରକ୍ ଦୁଇଟିକୁ ଜବତ କରି ବନ ବିଭାଗ କାର୍ଯ୍ୟାଳୟ ପରିସରରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.