ଦୁଇଟି ମାଲ୍ବାହୀ ଟ୍ରେନ୍ ମଧ୍ୟରେ ଧକ୍କା, ଫସିରହିଛନ୍ତି ପାଇଲଟ ଓ ଲୋକୋ ପାଇଲଟ
1/03/2020 at 11:35 AM

ଭୋପାଳ ୦୧।୦୩ : ଦୁଇଟି ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା । ମଧ୍ୟପ୍ରଦେଶର ରିହଦ ନଗର ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ପାଇଲଟ ଓ ଜଣେ ଲୋକୋ ପାଇଲଟ ଆହତ ହୋଇଛନ୍ତି । ସେମାନଙ୍କୁ ଟ୍ରେନ ମଧ୍ୟରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ରବିବାର ଦିନ NTPCର ଦୁଇଟି କୋଇଲା ବୋଝେଇ ଟ୍ରେନ୍ ନିଜ ନିଜ ମଧ୍ୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ବେଡନ ଥାନା ରିହଦ ନଗର ନିକଟରେ ଦୁର୍ଘଟଣା ଘଟିଛି । ତେବେ ଗୋଟିଏ ମାଲଗାଡି କୋଇଲା ନେଇ ଯାଉଥିବା ବେଳେ ଅନ୍ୟ ମାଲ୍ ଗାଡିଟି ମାଲ୍ ଅନଲୋଡିଂ କରି ଫେରୁଥିଲା । ଅନ୍ୟ ଟ୍ରେନଟି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁଇଟି ଯାକ ଟ୍ରେନ୍ ବେଗ ଅଧିକ ଥିଲା । ଯାହାଫଳରେ କି ଦୁର୍ଘଟଣା ପରେ କଣ୍ଟେନର ଗୁଡିକ ଓଲଟି ପଡିଥିଲା । ତେବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଟ୍ରେନ ମଧ୍ୟରୁ ଜଣେ ପାଇଲଟ ଓ ଜଣ ଲୋକୋ ପାଇଲଟ ରହିଥିବା ସୂଚନା ରହିଛି । ତେବେ ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଉଛି । ଘଟଣାସ୍ଥଳରେ CISF, SDM ଓ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ସାଧାରଣତଃ ଗୋଟିଏ ଲାଇନରେ ଏକା ସମୟରେ ଗୋଟିଏ ଟ୍ରେନ୍ ଯିବା ପାଇ ଅନୁମତି ରହିଛି । ତେବେ କିପରି ଭାବେ ଗୋଟିଏ ଗାଡି ଯାଇଥିବା ବେଳେ ଅନ୍ୟ ଗାଡିକୁ ଯିବା ପାଇଁ ଅନୁମତି ଦିଆଗଲା । ଏସବୁ କଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।