ଦୁଇଟି ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା, ୩୦ଆହତ

Published By : Prameya-News7 Bureau | November 11, 2019 IST

ହାଇଦ୍ରାବାଦ ୧୧।୧୧ : ହାଇଦ୍ରାବାଦ ରେଳ ଷ୍ଟେସନରେ ଦୁଇଟି ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।  ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି

{"id":182366}

ସୂଚନାଯୋଗ୍ୟ ଯେ,  କାଚେଗୁଡା ରେଳ  ଷ୍ଟେସନର ଗୋଟିଏ ରେଳ ଧାରଣାରେ ଦୁଇଟି ଟ୍ରେନ ଆସିଯିବାରୁ ଦୁଇ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି । ଏମଏମଟିଏସ  ଓ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ଗୋଟିଏ ରେଳ ଧାରଣାରେ ଆସିଯାଇଥିଲେ । ଯାହାଫଳରେ  ୩୦ଜଣ ଆହତ ହୋଇଥିବା ସୂଚନା । ଦୁର୍ଘଟଣାରେ ଟ୍ରେନର କିଛି ବଗି ଲାଇନଚ୍ୟୁତ ହୋଇଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.