ବାଲେଶ୍ବର, ୨୫/୦୧: ଦୁଇ ବ୍ରାଉନ୍ ସୁଗାର ବେପାରୀଙ୍କୁ ଧରିଲା ପୋଲିସ୍। ବ୍ରାଉନ୍ ସୁଗାର ବିକ୍ରି ପାଇଁ ଆଣୁଥିବାବେଳେ ପୋଲିସ୍ ପଞ୍ଛାରେ ପଡ଼ିଲେ ଦୁଇ ବେପାରୀ। ତାଙ୍କ ଠାରୁ ବାଇକ୍ ସହ ୨୪ ଗ୍ରାମ ୯୪୦ ମିଲିଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି ଢ଼େଙ୍କାନାଳ ପୋଲିସ୍।
ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଟାଉନ ପୋଲିସ୍ ଭଗବାନ ପୁର ଅଞ୍ଚଳରେ ଜଗି ରହିଥିଲେ । ଆଉ ବାଲେଶ୍ଵଲରରୁ ବାଇକ ଯୋଗେ ବ୍ରାଉନ୍ ସୁଗାର ନେଇ ଢେଙ୍କାନାଳ ଆସୁଥିବା ବେଳେ ଭଗବାନପୁର ଶନି ମନ୍ଦିର ନିକଟରେ ଉଭୟଙ୍କୁ କାବୁ କରିଥିଲା ପୋଲିସ୍। ଦୁଇ ବ୍ରାଉନ ସୁଗାର ବେପାରୀ ଏହି ବ୍ରାଉନ ସୁଗାର ବାଲେଶ୍ବରରୁ ଢେଙ୍କାନାଳକୁ ବିକ୍ରି କରିବାକୁ ଆଣୁଥିଲେ। ଏମାନଙ୍କୁ ଗିରଫ କରିବା ସହ ଠାରୁ ବାଇକ୍ ସହ ୨୪ ଗ୍ରାମ ୯୪୦ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଢେଙ୍କାନାଳ ଟାଉନ୍ ପୋଲିସ୍ ।
ଗିରଫ ଦୁଇ ଯୁବକ ହେଲେ ପୂର୍ତ୍ତ ବିଭାଗ କଲୋନୀର ତଥା ପୂର୍ତ୍ତ କର୍ମଚାରୀ କମଳ କୁମାର ନାୟକ ଓ ଗାନ୍ଧୀ ମନ୍ଦିର ରୋଡ଼ର ରବି ନାରାୟଣ ମହାରଣା । ଗିରଫ କମଳ ପୂର୍ବରୁ ବ୍ରାଉନ ସୁଗାର ସହ ଗିରଫ ହୋଇ ଜେଲରୁ ଜାମିନରେ ଆସିଛି। ହେଲେ ଉଭୟ ପେଷାଦାର ବ୍ରାଉନ ସୁଗାର ବେପାରୀ ବୋଲି ଢେଙ୍କାନାଳ ଏସପି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।