ତିନି ଲୁଟେରାଙ୍କୁ ନିସ୍ତୁକ ପିଟିଲେ ଲୋକେ: ୨ ମୃତ, ଜଣେ ଗୁରୁତର
21/11/2023 at 9:13 PM

ବରଗଡ଼: ତିନି ମୋବାଇଲ ଲୁଟେରାଙ୍କୁ ନିସ୍ତୁକ ମାଡ଼। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଏବେବି ଗୁରୁତର ରହଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାହୁ ଟିକ୍ରାରେ । ଏଠାରେ ୩ ମୋବାଇଲ ଲୁଟେରାଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ ଲୋକେ।
ଏଥିରେ ଘଟଣାସ୍ଥଳରେ ବିଜୟ ବାଗ ନାମକ ଯୁବକର ମୃତ୍ୟୁ ଘଟିଥିବା ବେଳେ ଆଉଜଣେ ବିଜୁ ଜାଲ ନାମକ ଯୁବକର ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେହିଭଳି ଅନ୍ୟ ଜଣେ ସୁରଜ କର୍ମୀ ନାମକ ଯୁବକ ଏବେ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଆହୁରି ପଢ଼ନ୍ତୁ: ସଡକ ଦୁର୍ଘଟଣାରେ ଟାଙ୍ଗୀ ଥାନା କନେଷ୍ଟବଳଙ୍କ ମୃତ୍ୟୁ
ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ସାହୁଟିକ୍ରାରେ ଏକ ନିଛାଟିଆ ସ୍ଥାନରେ ଲୁଟ ପାଇଁ ଉଦ୍ୟମ କରୁଥିବା ଚାରି ଜଣ ଲୁଟେରା। ହେଲେ ଏମାନଙ୍କ ମଧ୍ୟରୁ ତିନି ଜଣକୁ କାବୁ କରିବାରେ ସକ୍ଷମ ହୋଇଥିଲେ ଗ୍ରାମବାସୀ। କିନ୍ତୁ ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ଏପଟେ ଧରାପଡ଼ିଥିବା ୩ ଯୁବକଙ୍କୁ ଲୋକଙ୍କ ରୋଷର ଶିକାର ହେବାକୁ ପଡ଼ିଥିଲା। ସେମାନଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିଥିଲେ ।
ସେପେଟ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ୨ ଜଣକୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଘଟଣାରେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ଆହୁରି ପଢ଼ନ୍ତୁ: ବାପାଙ୍କୁ ପିଟି ପିଟି ମାରିଦେଲେ ପୁଅ-ବୋହୂ, ଏମିତି ଅଭିଯୋଗ ଆଣିଲେ ମୃତକଙ୍କ ଝିଅ