Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଟନାରେ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ଖୁଲାସା, ୨୦୪୭ ସୁଦ୍ଧା ଭାରତ ହୋଇଯିବ ଇସଲାମିକ ରାଷ୍ଟ୍ର..

14/07/2022 at 2:21 PM

ପାଟନା ୧୪।୦୭ :  ପାଟନାରୁ ୨ ସନ୍ଦିଗ୍ଧ ଆତଙ୍କୀ ଗିରଫ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଟାର୍ଗେଟ୍ ’ କରିବା ପାଇଁ ଯୋଜନା କରୁଥିଲେ ଗିରଫ ଆତଙ୍କୀ । ବିହାର ପୋଲିସ ଏମାନଙ୍କ ଯୋଜନା ପଣ୍ଡ କରିଛି । PFI ସଂଗଠନ ସହ ଏମାନଙ୍କ ସଂପୃକ୍ତି ରହିଛି ।

ତେବେ ୨୦୪୭ ସୁଦ୍ଧା ଭାରତକୁ ଇସଲାମିକ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୋଜନା କରୁଛି ଏହି ସନ୍ଦିଗ୍ଧ ଆତଙ୍କବାଦୀ ସଙ୍ଗଠନ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଟାର୍ଗେଟ୍ ’ କରିବା ଲାଗି ହୋଇଥିବା ଷଡ଼ଯନ୍ତ୍ର ବିଷୟରେ ବିହାର ପୁଲିସ ଜାଣିଥିବା କହିଛି। ଏଥିରେ ସମ୍ପୃକ୍ତ ଥିବା ୨ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତିଦ୍ବୟ ହେଉଛନ୍ତି ଅଥାର୍ ପରବେଜ୍ ଏବଂ ମହମ୍ମଦ୍ ଜଲାଲୁଦ୍ଦୀନ୍।

ପ୍ରଧାନମନ୍ତ୍ରୀଙ୍କ ପାଟନା ଗସ୍ତର ୧୫ ଦିନ ପୂର୍ବରୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ଫୁଲ୍ ୱାରି ଶରିଫ୍ ରେ ତାଲିମ୍ ନେଉଥିଲେ। ସ୍ଥାନୀୟ ପୋଲିସ ଏବଂ କେନ୍ଦ୍ରୀୟ ଏଜେନ୍ ସି ନୟା ତୋଲା ଅଞ୍ଚଳରେ ଚଢ଼ାଉ କରି ୨ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ତଦନ୍ତ ପରେ ପୋଲିସ ଜାଣି ପାରିଛି ଯେ, ଆତଙ୍କବାଦୀ ଷଡ଼ଯନ୍ତ୍ର ଯୋଜନା ପାଇଁ ତାଲିମ ନେବା ଲାଗି ସେଠାକୁ ଆସୁଥିବା ଅଧିକାଂଶ ଯୁବକ ହେଉଛନ୍ତି କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ତାମିଲ୍ ନାଡୁର । ଗିରଫଙ୍କ ମଧ୍ୟରୁ ଜଣେ ଝାଡଖଣ୍ଡର ଅବସରପ୍ରାପ୍ତ ଦାରୋଗା ଥିବା ଜଣାପଡିଛି।

   Related Posts