oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଏନ୍‌କାଉଣ୍ଟର, ୨ଆତଙ୍କୀ ନିହତ

30/05/2020 at 10:00 AM

ଶ୍ରୀନଗର ୩୦।୦୫: ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନମୟ ହୋଇଛି । ଏହି ଗୁଳିବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ପୋଲିସକୁ ଗୋଇନ୍ଦା ସୂଚନା ଆଧାରରେ ସର୍ଚ୍ଚ ଅପରେନସନ ଆରମ୍ଭ କରିଥିଲା । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା ।

ସୂଚନାଯୋଗ୍ୟ ଯେ, କୁଳଗାମ ଜିଲ୍ଲାରେ କିଛି ଆତଙ୍କାବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ସେନା ଓ ପୋଲିସକୁ ମିଳିଥିଲା । ସୁରକ୍ଷାକର୍ମୀ ଖବର ମିଳିବା ମାତ୍ରେ ତୁରନ୍ତ ସ୍ଥାନୀୟ ଅଞ୍ଚଳକୁ ଘେରିଯାଇଥିଲା । ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ତେବେ ପୂରା ଅଞ୍ଚଳକୁ ସେନା ଘେରିବା ଦେଖି ଖସିଯିବାକୁ ଉଦ୍ୟମ କରିଥିଲେ । ସେନା ସେମାନଙ୍କୁ ଆତ୍ମସମର୍ପଣ ହେବାକୁ କହିଥିଲେ , କିନ୍ତୁ ସେମାନ ଶୁଣିନଥିଲେ । ଏପରିକି ଲୁଚି ରହିଥିବା ଘର ମାଲିକ ମଧ୍ୟ ତାଙ୍କୁ ଆତ୍ମସମପ୍ରଣ କରିବାକୁ କହିଥିଲେ । କିନ୍ତୁ କାହା କଥା ଶୁଣିନଥିଲା । ଶେଷରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ସେନାଙ୍କୁ ଗୁଳିରେ ୨ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ଉଭୟ ଆତଙ୍କୀ ହିଜ୍‌ବୁଲ୍‌ ମୁଜାହିଦ୍ଦିନ ବୋଲି ଜଣାପଡିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ପରିଚୟ ହୋଇପାରିନାହିଁ । ଦୁଇଜଣ ଆତଙ୍କୀ ନିହତ ହେବା ଦ୍ୱାରା କୌଣସି ଏକ ବଡ ଅଘଟଣରୁ ବର୍ତ୍ତିଯାଇଥିବା ଅନୁମାନ କରାଯାଉଛି । କିଛି ଦିନ ତଳେ ଏକ ବିସ୍ଫୋରକ ବୋଝେଇ ଗାଡି ଜବତ ହୋଇଥିଲା । ଯାହାଦ୍ୱାର ପୁଲଓ୍ୱାମା ଘଟଣାର ପୁନଃରବୃତ୍ତିରୁ ରକ୍ଷା ମିଳିଯାଇଛି ।

   Related Posts