scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକ

11/11/2023 at 9:55 PM

ନବରଙ୍ଗପୁର: ଷଷ୍ଠଶ୍ରେଣୀ ନାବାଳିକା ଛାତ୍ରୀକୁ ଦୁଇ ଶିକ୍ଷକଙ୍କ ଦୁଷ୍କର୍ମ ମାମଲା। ହାଟଭରଣ୍ଡୀ ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁଚେନ୍ଦ୍ର ବିଶ୍ୱାସ, ସହକାରୀ ଶିକ୍ଷକ କେଶବ ମାଝୀଙ୍କୁ ନିଲମ୍ବନ କଲେ ନବରଙ୍ଗପୁର ଜିଲ୍ଲାପାଳ କମଳଲୋଚନ ମିଶ୍ର। ସୂଚନା ଥାଉକି, ରାଇଘର ଅଞ୍ଚଳ​ରେ ଥିବା ଏହି ଆଶ୍ରମ ବିଦ୍ୟାଳୟରେ ଘଟିଥିଲା ଏହି ଲଜ୍ଜାଜନକ ଘଟଣା। ମଙ୍ଗଳବାର ପୀଡ଼ିତା ଶୌଚାଳୟକୁ ଯାଇଥିବାବେଳେ ଦୁଇ ଅଭିଯୁକ୍ତ ଶିକ୍ଷକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ଘଟଣାରେ ପୀଡ଼ିତାଙ୍କ ବାପାଙ୍କ ଏତଲାକୁ ଆଧାର କରି କୁନ୍ଦେଇ ଥାନାରେ ଦଫା ୩୭୬ ଓ ୬ ପୋକ୍ସୋ ଆଇନରେ ମାମଲା ରୁଜୁ ହୋଇଥିଲା। ଆଉ ଗତକାଲି ଉଭୟ ଦୁଷ୍କର୍ମ ଅଭିଯୁକ୍ତ ତଥା ସେବାଶ୍ରମର ପ୍ରଧାନଶିକ୍ଷକ ସୁଚେନ୍ଦ୍ର ବିଶ୍ବାସ ଓ ସହକାରୀ ଶିକ୍ଷକ କେଶବ ମାଝୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏବେ ଉଭୟ ଜେଲ୍‌ରେ ଅଛନ୍ତି। ଏହ ସହ ଦୁଇ ଅଭିଯୁକ୍ତଙ୍କ ୧୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି ପୋଲିସ। ଏହି ଘଟଣାରେ ୧୬୪ ଧାରାରେ ପୀଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ ହୋଇଛି। ବର୍ତ୍ତମାନ ପୀଡ଼ିତା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଆହୁରି ପଢ଼ନ୍ତୁ: ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଯୁବକ ଗିରଫ

ସେପଟେ ଏହି ଘଟଣାରେ ଏହି ମାମଲାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏକ ସ୍ବେଚ୍ଛାସେବୀ ସଂଗଠନର ରାଜ୍ୟ ସଭାପତି ସୁବ୍ରତ କୁମାର ଦାସ। ସେହି ଭଳି ଏହି ମାମଲା ମଧ୍ୟ ରାଜ୍ୟ ମାନବାଧିକାର କମିଶନ ସଦସ୍ୟ ଅସୀମ ଅମିତାଭ ଦାଶ ଅଭିଯୋଗର ଶୁଣାଣି କରି ନବରଙ୍ଗପୁର ଜିଲ୍ଲାପାଳ, ଏସ୍‌ପି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଆସନ୍ତା ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। କଂଗ୍ରେସ ମଧ୍ୟ ଏହି ଘଟଣାରେ ଦୁଇ ଶିକ୍ଷକଙ୍କ ନିଲମ୍ବନ ଦାବି କରିଥିଲା। 

   Related Posts