ବାଇକ୍-କାର୍ ମୁହାଁମୁହିଁ ଧକ୍କା ; ଶିକ୍ଷକ ଓ ଶିକ୍ଷୟିତ୍ରୀ ମୃତ

Published By : Prameya-News7 Bureau | August 11, 2018 IST

ବୌଦ୍ଧ ୧୧/୮ : ବୌଦ୍ଧ ଜିଲ୍ଲାର ବୀରନରସିଂପୁର ବ୍ରିଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ବାଇକ୍ ସହ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ରେ ଯାଉଥିବା ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଲେ ହରଭଙ୍ଗା ବ୍ଲକ୍ ରାମ୍ଭିକଟା ଗାଁର ଅଜିମ ଖାଁ ଓ ଜ୍ୟୋତିର୍ମୟୀ ପ୍ରଧାନ । ଉଭୟ ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଥିଲେ । ଆଜି ସକାଳେ ଉଭୟ ବାଇକ୍ ଯୋଗେ ସ୍କୁଲ ଆସୁଥିବାବେଳେ ଦୁର୍ଘଟଣା ହୋଇଥିଲା । ଉଭୟଙ୍କ ମୃତ୍ୟୁରେ ରାମ୍ଭିକଟା ଗାଁ ଏବଂ ସ୍କୁଲରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.