Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଗରମ ଡାଲି ପଡି ଛାତ୍ର ମୃତ୍ୟୁ ଘଟଣା : ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ୨ ନିଲମ୍ବିତ

14/03/2023 at 3:57 PM

ସୁନ୍ଦରଗଡ ୧୪।୩: ସେବାଶ୍ରମରେ ଗରମ ଡାଲି ପଡି ଛାତ୍ର ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ସରକାର । ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀ କାର୍ମେଲା ବିଲୁଙ୍ଗ, ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିକାଶ ରଞ୍ଜନ ନାଏକ ନିଲମ୍ଵିତ ହୋଇଛନ୍ତି । ୩ ଜଣ ରୋଷେୟା ତାରିଣୀ ନାଏକ, କାର୍ତ୍ତିକ ନାଏକ ଓ ଧୀରେନ୍ଦ୍ର ରାଉତ ବହିସ୍କୃତ ହୋଇଛନ୍ତି । ଅ।ଦେଶ ଦେଲେ ଏସଟି-ଏସସି ବିଭାଗ ସଚିବ ତଥା କମିଶନର ରୁପା ରୋଷନ ସାହୁ ।

ଉଲ୍ଲେଖଯୋଗ୍ୟ ଯେ, ଗତ ୬ ତାରିଖରେ କୋଇଡା ବ୍ଲକ ଡେଙ୍ଗୁଳା ସେବାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ରୋଷେଇ କାମରେ ନିୟୋଜିତ କରାଯାଇଥିଲା । ରେଷେଇ ବେଳେ ଗରମ ଡାଲି ପଡି ସମ୍ପୃକ୍ତ ଅଷ୍ଟମ ଶ୍ରେଣୀ ଛାତ୍ର ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୋଇଡା ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରବିବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା ।

   Related Posts