Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଲେଜରେ ପରୀକ୍ଷା ଦେବା ବେଳେ ଖସିପଡିଲା ଫ୍ୟାନ୍, ଦୁଇ ଛାତ୍ର ଆହତ

18/04/2023 at 12:48 PM

ଆଠଗଡ଼ ୧୮।୪: ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଅଘଟଣ । ଛାତ୍ରଛାତ୍ରୀ ପରୀକ୍ଷା  ଦେବା ସମୟରେ ଅଘଟଣ ଘଟିଛି । ଛାତରୁ ଫ୍ୟାନ୍ ଖସିପଡ଼ି ଦୁଇ ଛାତ୍ର ଆହତ ହୋଇଛନ୍ତି । ଜଣେ ଛାତ୍ରର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଜଣେ ଛାତ୍ରଙ୍କ ବେକରେ ଆଘାତ ଲାଗିଛି । ସେମାନଙ୍କୁ ଆଠଗଡ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି ।

ଦୁଇଆହତ ଜଣ ଛାତ୍ର ଯୁକ୍ତ ୨ ପ୍ରଥମ ବର୍ଷ କଳା ବିଭାଗର । ଛାତ୍ର ସମୀର ସେଠୀଙ୍କ ମୁଣ୍ଡରେ ଓ ତାପସ ଜେନାଙ୍କ ବେକରେ ଆଘାତ ଲାଗିଥିବା କଲେଜ ପକ୍ଷରୁ ସୂଚନା ମିଳିଛି । କଲେଲଜର ସମସ୍ତ ଫ୍ୟାନକୁ ଖୁବ୍ ଶୀଘ୍ର ମରାମତି କରାଯିବ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି ।

   Related Posts