କୋଳି ଖାଇବା ହେଲା କାଳ, ମଠ ପୋଖରୀରେ ଗାଧୋଇବା ବେଳେ ଦୁଇ ଛାତ୍ରଙ୍କ ମୃତ୍ୟୁ

Published By : Prameya-News7 Bureau | March 05, 2024 IST

ଭଦ୍ରକ ୫୩: କୋଳି ଖାଇବା ହେଲା କାଳ । କୋଳି ଖାଇବା ପାଇଁ ଆସି ମଠ ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଛାତ୍ର । ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ଧାମନଗର ଥାନା କୁରିଗାଁ ନାଉରିଗଡ଼ିଆ ଗାଁର ଘଟିଛି ଏଭଳି ଅଘଟଣ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ଥାନା କୁରିଗାଁ ନାଉରିଗଡ଼ିଆ ଗାଁର ଦୁଇ ନାବାଳକ କୋଳି ଖାଇବା ପାଇଁ ଆସି ମଠ ପୋଖରୀରେ ବୁଡି ଯାଇଥିଲେ । ତେବେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁଇ ଛାତ୍ର ହେମନ୍ତ ବିଶ୍ୱାଳ ଓ କାର୍ତ୍ତିକ ବିଶ୍ୱାଳ । ତାଙ୍କ ବୟସ ଯଥାକ୍ରମେ ୧୦ ଓ ୧୨ ବର୍ଷ । ତେବେ କୋଳି ଖାଇବା ପାଇଁ ଆସି ଗାଧୋଇବା ବେଳ ଘଟିଛି ଅଘଟଣ । ଗୋହିରାଟିକିରୀ ମଠ ନିକଟ ପୋଖରୀରେ ଗାଧୋଇବା ବେଳେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରିବା ସତ୍ତ୍ୱେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

You Can Read :

wp:embed {"url":"https://www.prameyanews7.com/pm-modi-inaugurated-and-lays-foundation-stone-of-multiple-projects-in-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pm-modi-inaugurated-and-lays-foundation-stone-of-multiple-projects-in-odisha/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.