ବ୍ରାହ୍ମଣୀ ନଦୀରେ ଦୁଇ ଛାତ୍ରଙ୍କ ସଲୀଳ ସମାଧି, ଗାଧୋଇବାକୁ ଯାଇ ବୁଡି ଯାଇଥିଲେ

Published By : Prameya-News7 Bureau | June 08, 2024 IST

ରାଉରକେଲା ୮।୬: ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଜଣ ଛାତ୍ରଙ୍କ ସଲୀଳ ସମାଧି । ଅନ୍ୟ ୪ ଜଣ ଛାତ୍ର ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ସମସ୍ତେ ରାଉରକେଲା NITରେ ଇନଟର୍ଣ୍ଣସିପ୍ କରୁଥିଲେ ।

ସୂଚନାଯୋଗ୍ୟ ଯେ, ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇଥିଲେ ୬ ଜଣ ଛାତ୍ର । ଗାଧୋଇବା ବେଳେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ମୃତ ଛାତ୍ରଙ୍କ ମଧ୍ୟରେ ଜଣେ ପିପିଲି ଅଞ୍ଚଳର ସମୀର ସୁକୁମାର ନାୟକ, ଅନ୍ୟ ଜଣେ ଜଳେଶ୍ବର ଅଞ୍ଚଳର ରଜତ ସାହୁ ବୋଲି ଜଣାପଡିଛି । ସମସ୍ତ ଛାତ୍ର ସମ୍ବଲପୁର ବୁର୍ଲା ସ୍ଥିତ ଭିସୁଟ୍‌ର ବୋଲି ଜଣାପଡିଛି । ସମସ୍ତ ଛାତ୍ର ରାଉରକେଲା ଏନ୍‌ଆଇଟିରେ ଇନଟର୍ଣ୍ଣସିପ୍‌ କରୁଥିଲେ । ରାଉରକେଲା ବେଦବ୍ୟାସ ଘାଟରେ ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇଥିଲେ ସମସ୍ତେ ।

You Can Read :

ଦକ୍ଷିଣ ଓଡ଼ିଶାରେ ପ୍ରବେଶ କଲା ମୌସୁମୀ ବାୟୁ, ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ସକ୍ରିୟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.