ଭିନ୍ନକ୍ଷମ ଆଶ୍ରମରୁ ଦୁଇ ଛାତ୍ର ନିଖୋଜ, କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ ଆଣିଲେ ଅଭିଭାବକ

Published By : Prameya-News7 Bureau | April 16, 2024 IST

ନୀଳଗିରି: ବାଲେଶ୍ଵରର ସରକାରୀ ଅନ୍ଧ, ମୁକ ବଧିର ଭିନ୍ନକ୍ଷମ ଆଶ୍ରମ ବିଦ୍ୟାଳୟରେ ସୁରକ୍ଷାକୁ ନେଇ ଉଠିଲା ବଡ଼ ପ୍ରଶ୍ନ। ଆଶ୍ରମ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ସ୍କୁଲରୁ ଦୁଇ ମୁକ ବଧିର ନାବାଳକ ଦୁଇ ଦିନ ଧରି ନିଖୋଜ ଥିବା ନେଇ ଅଭିଭାବକଙ୍କ ଅଭିଯୋଗ କ୍ରମେ ସଦର ଥାନାରେ ଅଭିଯୋଗ କଲେ ସ୍କୁଲ କର୍ତ୍ତୃପକ୍ଷ।

ନିଖୋଜ ଥିବା ନାବାଳକ ଜଣେ ନୀଳଗିରି ଥାନା ସିଆଡ଼ିମାଳ ପଂଚାୟତ ବାବନ୍ଧ ଗ୍ରାମର କୃଷ୍ଣଚନ୍ଦ୍ର ବେହେରାଙ୍କ ୧୨ ବର୍ଷର ଭିନ୍ନକ୍ଷମ ପୁଅ ସଂଗ୍ରାମ ବେହେରା ଓ ଆଉ ଜଣେ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳର ବାପି ମାରାଣ୍ଡି। ସୋମବାର ଭୋରରୁ ପାଚେରୀ ଡେଇଁ ଦୁଇ ନିଖୋଜ ହୋଇଥିବା ନେଇ ସ୍କୁଲ କର୍ତ୍ତୃପକ୍ଷ ସଫେଇ ଦେଇଥିବା ବେଳେ, ପିଲା ଫାଟକ ଦେଇ ଯାଇଥିବା ଅଭିଯୋଗ କରୁଛନ୍ତି ଅଭିଭାବକ। ତେବେ ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.