scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ୨ ଛାତ୍ରୀଙ୍କ ମୃତ୍ୟୁ : ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ସହାୟତା

2/06/2023 at 1:14 PM

ଖଲ୍ଲିକୋଟ ୨।୬: ଗଂଜାମ ଜିଲ୍ଲାର ଛତ୍ରପୁର ବ୍ଲକର ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ ଗାଧୋଇବା ବେଳେ ଦୁଇ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ମୃତ ଛାତ୍ରୀଙ୍କ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ପ୍ରକାଶ କରିଛନ୍ତି । କନିଷି ଅଞ୍ଚଳର ପ୍ରେମାନନ୍ଦ ପଣ୍ଡିତଙ୍କ ଝିଅ ୨୦ବର୍ଷ ବୟସ୍କ ସ୍ୱପ୍ନାରାଣୀ ପଣ୍ଡିତ । ଅନ୍ୟ ଜଣେ ଶେରଗଡ଼ ହରିକୃଷ୍ଣପୁରର ପବିତ୍ର ମୋହନ ତ୍ରିପାଠୀଙ୍କ ଝିଅ ୧୭ବର୍ଷ ବୟସ୍କ ପ୍ରଜ୍ଞାରାଣୀ ତ୍ରିପାଠୀ ।

ଆର୍ଯ୍ୟପଲ୍ଲୀ ଗ୍ରାମରେ ଯାତ୍ରା ଚାଲିଥିବା ବେଳେ ଗ୍ରାମର ରାଜେଶ ପଣ୍ଡିତ ଘରକୁ ସମ୍ପକୀୟମାନେ ଆସିଥିଲେ । ଗୁରୁବାର ସକାଳୁ ଆର୍ଯ୍ୟପଲ୍ଲୀ ଗ୍ରାମ ସମୁଦ୍ରରେ ୬ ଜଣ ଗାଧୋଉଥିବା ବେଳେ ଭାସିଯାଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ମୃତ୍ୟୁ ହୋଇଥିବା ଛାତ୍ରୀଙ୍କ ପରିବାରକୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସରୁ ୩୦ ହଜାର ଲେଖାଏଁ ସହାୟତା ପ୍ରଦାନ କରାଯାଇଛି ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି ।

You Can Read :

   Related Posts