ସ୍କୁଲକୁ ଯାଇଥିଲେ ଛାତ୍ର, ଏଯାଏଁ ଫେରିନାହାନ୍ତି ଦୁଇ ଜଣ..

Published By : Prameya-News7 Bureau | November 11, 2023 IST

ସୋର ୧୧।୧୧ : ଦଶମ ଶ୍ରେଣୀର ଦୁଇ ଛାତ୍ର ନିଖୋଜ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ପଞ୍ଚାୟତର ପାଟିମୁଣ୍ଡା ହାଇସ୍କୁଲର ଦୁଇ ଛାତ୍ର ନିଖୋଜ  ହୋଇଛନ୍ତି । ନିଖୋଜ ଛାତ୍ର ଅନନ୍ତପୁର ପଞ୍ଚାୟତ ଲେଙ୍କାତୋଟା ଗାଁରେ ଶ୍ରୀ ରମେଶ ସାହୁଙ୍କ ପୁଅ ରାଜେଶ ଏବଂ ଅନନ୍ତପୁର ପୂରଣ ପ୍ରମାଣିକଙ୍କ ପୁଅ ଅବିନାଶ ବୋଲି ଜଣାପଡିଛି ।

wp:embed {"url":"https://www.prameyanews7.com/anganwadi-is-locked-in-the-center-at-kuchinda/","type":"wp-embed","providerNameSlug":"prameya-news-7"}
https://www.prameyanews7.com/anganwadi-is-locked-in-the-center-at-kuchinda/
/wp:embed

ଖବର ଅନୁଯାୟୀ,  ପାଟିମୁଣ୍ଡା ହାଇସ୍କୁଲରେ ଉଭୟ ଦଶମ ଶ୍ରେଣୀରେ ପଢୁଥିଲେ । ପ୍ରତିଦିନ ପରି ୧୦ ତାରିଖ ଦିନ ସ୍କୁଲ ଯାଇଥିଲେ । ସେବେଠାରୁ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ପତ୍ତା ମିଳିନଥିଲା ।ଶେଷରେ ଅନନ୍ତପୁର ଫାଣ୍ଡିରେ ଲିଖିତ ଭାବେ ଏତଲା ଦେଇଛନ୍ତି ପରିବାର ଲୋକେ ।  ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି ।

wp:embed {"url":"https://www.prameyanews7.com/ananya-panday-bought-her-own-new-house/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ananya-panday-bought-her-own-new-house/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.