ନିମାପଡା ୨୬।୭: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଅରେଇସାହି ଗାଁ ନିକଟରେ ଦୁର୍ଘଟଣା । ଗଡଚାନ୍ଦପୁର ଗ୍ରାମର ତୁଷାରକାନ୍ତି ପରିଡ଼ା ଦୁଇ ପୁତୁରାଙ୍କୁ ଖଣ୍ଡାୟତ ପାଟଣା ଗ୍ରାମରୁ ବାଇକରେ ବସାଇ ଘରକୁ ଫେରୁଥିଲେ । ସେହି ସମୟରେ ଅରେଇସାହି ଗାଁ ମୁଣ୍ଡରେ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇ ପୁତୁରାଙ୍କର ମୃତ୍ୟୁ ଘଟିଛି ।
ସୂଚନାଯୋଗ୍ୟ ଯେ, ସବୁଦିନ ଭଳି ଗୁରୁବାର ଦିନ ଅପରାହ୍ନରେ ଟ୍ୟୁସନକୁ ଗଡଚାନ୍ଦପୁର ଗ୍ରାମର କ୍ରୀଷ୍ଣା ଓ ଆଦିତ୍ୟ ଟ୍ୟୁସନ ଯାଇଥିଲେ । କିନ୍ତୁ ବିଧିର ବିଧାନ ବିଚିତ୍ର, ଅରେଇସାହି ଗାଁ ନିକଟରେ ଛକି ବସିଥିଲା ଯମ । ଟ୍ରାକ୍ଟର ସହ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରାକ୍ଟର ଚକ ତଳକୁ ଦୁଇ ପିଲା ପଳାଇ ଯାଇଥିଲେ । ଗଁ ଲୋକ ଘଟଣାସ୍ଥଳକୁ ଆସି ଦେଖନ୍ତି ଉକ୍ତ ଜାଗାରେ ଜଣକର ମୃତ୍ୟୁ ଘଟିଥିଲା । ଦୁଇ ଛାତ୍ରକୁ ଉଦ୍ଧାର କରି ୧୦୮ ଯୋଗେ ସାକ୍ଷୀଗୋପାଳ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ସ୍ଥାନରେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ । ଖବର ପାଇ ବଳଙ୍ଗା ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ଟ୍ରାକ୍ଟରକୁ ଜବତ କରି ଥାନାକୁ ନେଇଥିଲେ। ଉକ୍ତ ଦୁଇ ଛାତ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପୁରୀ ହସ୍ପିଟାଲକୁ ବଳଙ୍ଗା ପୋଲିସ ପଠାଇଥିଲେ ।
You Can Read: