ନୂଆଦିଲ୍ଲୀ: ଏଜବାଷ୍ଟନରେ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ପାଇଁ ଜୋରଦାର ପ୍ରସ୍ତୁତି କରୁଛି । ତେବେ ଏହା ପୂର୍ବରୁ ଟିମ୍ ଇଣ୍ଡିଆର ଆସିଷ୍ଟାଣ୍ଟ କୋଚ୍ ରିଆନ୍ ଟେନ୍ ଡୋସକଟେ ଟିମ୍ର ଚୂଡ଼ାନ୍ତ ଏକାଦଶ ଉପରେ ବଡ଼ ବୟାନ ଦେଇଛନ୍ତି । ପ୍ରଥମ ମ୍ୟାଚ୍ ହାରିବା ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ସିରିଜରେ ଭାରତ ୦-୧ ପଛରେ ଅଛି ।
ଟିମ୍ ଇଣ୍ଡିଆର ସହାୟକ କୋଚ୍ କହିଛନ୍ତି, ‘ମୁଁ ନିଶ୍ଚିତ ଯେ ଦୁଇଜଣ ସ୍ପିନର ଖେଳିବେ । ତେବେ କେଉଁମାନେ ଖେଳିବେ, ତାହା ନିଶ୍ଚିତ ହୋଇନି । ତିନି ଜଣ ଭଲ ବୋଲିଂ କରୁଛନ୍ତି । ୱାଶିଂଟନ୍ ସୁନ୍ଦର ମଧ୍ୟ ପ୍ରକୃତରେ ଭଲ ବ୍ୟାଟିଂ କରୁଛନ୍ତି।‘
ମ୍ୟାଚରେ ଭାରତ ନିଜର ପାରମ୍ପରିକ ଦୁଇ-ସ୍ପିନର ଫର୍ମୁଲା ଫେରିପାରେ । ସମ୍ଭବତଃ ଅଭିଜ୍ଞତା ଏବଂ ଅଲରାଉଣ୍ଡର ମିଶ୍ରଣ । ୱାଶିଂଟନ ସୁନ୍ଦରଙ୍କ ବ୍ୟାଟିଂ ତାଙ୍କ ପକ୍ଷରୁ ଭାରି କରିପାରେ । ତଥାପି, ଜଶପ୍ରିତ ବୁମରାଙ୍କ ଉପଲବ୍ଧତା ଏକ ବଡ଼ ପ୍ରଶ୍ନ ରହିଛି । ସମ୍ପୂର୍ଣ୍ଣ ଫିଟ୍ ହୋଇଥିଲେ ମଧ୍ୟ, ଦୀର୍ଘ କାଳୀନ ରଣନୀତି ଅଂଶ ଭାବରେ ବିଶ୍ରାମ ଦିଆଯାଇପାରେ । ଜଶପ୍ରିତ ବୁମରାହ ଖେଳିବାକୁ ପ୍ରସ୍ତୁତ, ଆମେ ଶେଷ ମୁହୂର୍ତ୍ତରେ ତାଙ୍କ ଉପରେ ନିଷ୍ପତ୍ତି ନେବୁ ବୋଲି ଟେନ୍ ଡୋସକଟେ କହିଛନ୍ତି ।
ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ସ୍ପଷ୍ଟ କରିଛନ୍ତି ଯେ ଫଳାଫଳ ଯାହା ହେଉନା କାହିଁକି, ବୁମରାହ ଏହି ସିରିଜର ପାଞ୍ଚଟି ଟେଷ୍ଟ ମଧ୍ୟରୁ କେବଳ ତିନୋଟି ଖେଳିବେ । ଯୁବ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ ପାଇଁ ପ୍ରବଳ ଦାବିଦାର ଅଛନ୍ତି । ନେଟ୍ସରେ ତାଙ୍କ ପ୍ରଦର୍ଶନକୁ ପ୍ରଶଂସା ଟେନ୍ ଡୋଇସକେଟ୍ ପ୍ରଶଂସା କରିଛନ୍ତି ।