suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉରି ସେକ୍ଟରରେ ପାକିସ୍ତାନ ପଟୁ ଗୁଳିବିନିମୟ : ୨ ଯବାନ ସହିଦ, ୨ ଆହତ

2/05/2020 at 8:28 AM

ଶ୍ରୀନଗର ୨।୫: ଜାମ୍ମୁ କାଶ୍ମୀରର ଉରି ସେକ୍ଟରରେ ପାକିସ୍ତାନ ପଟୁ ଗୁଳି ବିନିମୟରେ ୨ଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ଦିନ ପାକିସ୍ତାନ ବିନା କାରଣରେ ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ଗୁଳି ଚଳାଇଥିଲା ।

ପାକିସ୍ତାନର ଗୁଳିମାଡର ଭାରତୀୟ ସୈନିକମାନେ ଜବାବ ଦେଇଛନ୍ତି । କିନ୍ତୁ ପାକ୍ ଗୁଳିରେ ୪ଜଣ ସୈନିକ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସା ସମୟରେ ଦୁଇ ସୈନିକଙ୍କର ମୃତ୍ୟୁ ହୋଇଛି । ସୈନିକମାନଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହାବିଲଦାର ଗୋକର୍ଣ୍ଣ ସିଂ ଏବଂ ଅନ୍ୟଜଣେ ନାୟକ ଶଙ୍କର ଏସ.ପି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇ ସୈନିକ ହେଉଛନ୍ତି ହାବିଲଦାର ନାରାୟଣ ସିଂ ଏବଂ ନାୟକ ପ୍ରଦୀପ ଭଟ୍ଟ ।

ସେନା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଳିଆ କହିଛନ୍ତି ଯେ, ଶୁକ୍ରବାର ଦିନ ରାତି ପ୍ରାୟ ୩ଟା ୩୦ମିନିଟ୍ ସମୟରେ ବର୍ଡର ଲାଇନ୍ ନିକଟରେ ଥିବା ରାମପୁର ସେକ୍ଟରରେ ପାକିସ୍ତାନ ବିନା କାରଣରେ ଗୁଳି ଚଳାଇବା ଆରମ୍ଭ କରିଥିଲା । ଯେଉଁଥିରେ ସୈନିକ ଆହତ ହୋଇଥିଲେ । ଏହାପୂର୍ବରୁ ପାକିସ୍ତାନ ଦ୍ବାରା ହୋଇଥିବା ଗୁଳି ବିନିମୟରେ ୪ ଜଣ ସାଧାରଣ ଲୋକ ଆହତ ହୋଇଥିଲେ ।

   Related Posts