ପାଣି ଟାଙ୍କିରୁ ମିଳିଲା ଦୁଇଟି କଙ୍କାଳ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
20/11/2023 at 2:28 PM

ଯାଜପୁର ୨୦।୧୧ : ଯାଜପୁର ଜିଲ୍ଲା ସଦର ଥାନା ନିଶ୍ଚନ୍ତା ଗାଁରେ ଅଭାବନୀୟ ଘଟଣା । ପାଣି ଟାଙ୍କିରୁ ମିଳିଲା ଦୁଇଟି ନରକଙ୍କାଳ । ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ଭିଡ ଜମିବାକୁ ଲାଗିଛି ।

ଖବର ଅନୁଯାୟୀ, ଯାଜପୁର ସଦର ଥାନା ନିଶ୍ଚନ୍ତା ଗାଁ ପାଣି ଟାଙ୍କିରୁ ମିଳିଛି ଦୁଇଟି କଙ୍କାଳ । ନୂତନ କରି ନିର୍ମାଣ ଚାଲିଥିଲା ପାଣି ଟାଙ୍କି । ତେଣୁ ଏଠାରେ କେମିତି ଦୁଇଟି କଙ୍କାଳ ଆସିଲା । ସେନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ତେବେ ଏହି କଙ୍କାଳଟି କାହାର ଏବଂ କିଏ ଏହିଠାରେ ଫୋଫୋଡିଛି । ତାହା ଏବେ ଯାଏଁ ଅସ୍ପଷ୍ଟ ହୋଇନାହିଁ ।

ସେପଟେ ପାଣି ଟାଙ୍କିରୁ କଙ୍କାଳ ମିଳିବା ପରେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି । ଘଟଣାସ୍ଥଳରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।