ଦୁଇ ଭଉଣୀ ବାହା ହେଲେ ନିଜ ଭାଇଙ୍କୁ : କାରଣ ଜାଣି ସମସ୍ତେ ହେଲେ ଆଶ୍ଚର୍ଯ୍ୟ
13/01/2019 at 12:48 PM

କରାଚୀ ୧୩/୧: ଆମେ ସମସ୍ତେ ପ୍ରତିଦିନ ଅଜବ ଅଜବ ଘଟଣା ବିଷୟରେ ଶୁଣିଥାଉ। ଆଜି ଆମେ ଏପରି ଏକ ଘଟଣା ବିଷୟରେ ଜାଣିବା ଯାହା ସମସ୍ତଙ୍କୁ ଚକିତ କରିଦେବ। ଏହି ଘଟଣା ପାକିସ୍ତାନର।
ପାକିସ୍ତାନର ଜଣେ ବ୍ୟକ୍ତି ନିଜ ଦାଦାଙ୍କ ଦୁଇ ଝିଅଙ୍କୁ ବିବାହ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ଏହିକି ଯେ ଘର ଲୋକମାନେ ମଧ୍ୟ ଏହି ବିବାହକୁ ବିରୋଧ କରିନଥିଲେ। ବରଂ ଧୁମଧାମରେ ଦୁଇ ଭଉଣୀଙ୍କ ବିବାହ ତାଙ୍କ ବଡ଼ବାପାଙ୍କ ପୁଅଙ୍କ ସହ କରିଥିଲେ।
ଏହି ପାକିସ୍ତାନୀ ଯୁବକଙ୍କ ନାଁ ଅଜହର ହାଇଦରୀ। ପିଲାଦିନେ ତାଙ୍କ ନିର୍ବନ୍ଧ ତାଙ୍କର ଜଣେ ଦାଦାଙ୍କ ଝିଅ ସହ କରାଯାଇଥିଲା। କିନ୍ତୁ ଅଜହର ଯେତେବେଳେ ବଡ଼ ହେଲେ ତାଙ୍କୁ ଦାଦାଙ୍କ ଅନ୍ୟ ଜଣେ ଝିଅଙ୍କ ସହ ପ୍ରେମ ହୋଇଯାଇଥିଲା। ସେଥିପାଇଁ ସେ ନିଷ୍ପତ୍ତି ନେଇଥିଲେ ଯେ ସେ ଦାଦାଙ୍କ ଦୁଇ ଝିଅଙ୍କୁ ବିବାହ କରିବେ। ଏବଂ ଘର ଲୋକମାନେ ମଧ୍ୟ ତାଙ୍କ ନିଷ୍ପତ୍ତିକୁ ସମ୍ମତି ପ୍ରଦାନ କରିଥିଲେ।