ଗାଧୋଇବା ବେଳେ ଗୋବରୀ ନଦୀରେ ବୁଡିଗଲେ ଦୁଇ ଭଉଣୀ : ଜଣେ ଉଦ୍ଧାର, ଜଣେ ନିଖୋଜ

Published By : Prameya-News7 Bureau | November 17, 2023 IST

କେନ୍ଦ୍ରାପଡା ୧୭।୧୧: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାବୁ ରାମ ପାଟଣା ଗାଁରେ ଗୋବରୀ ନଦୀରେ ବୁଡିଗଲେ ଦୁଇ ସମ୍ପର୍କୀୟ ଭଉଣୀ । ଘର ପାଖ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଏହି ଗାଁର ବାବାଜୀ ସାହୁ ଓ ସନ୍ତୋଷ ସାହୁଙ୍କ ଦୁଇ ଝିଅ ବୁଡି ଯାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଗ୍ରାମବାସୀ ସନ୍ତୋଷଙ୍କ ଝିଅକୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । କିନ୍ତୁ ବାବାଜୀଙ୍କ ଝିଅ ନିଖୋଜ ଥିବା ଜଣାପଡ଼ିଛି । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ଉଭୟ ଝିଅଙ୍କ ବୟସ ୧୦ ବର୍ଷ ବୋଲି ଜଣାପଡିଛି ।

You Can Read :

wp:embed {"url":"https://www.prameyanews7.com/bsf-jawan-of-kalahandi-district-martyred-in-tripura/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bsf-jawan-of-kalahandi-district-martyred-in-tripura/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.