ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାୱଡ଼ା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ: କୋଲକାତା ଫେରୁଥିବା ବେଳେ ଏସି କୋଚ୍‌ରେ ଲାଗିଲା ନିଆଁ
  • ||
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଘରୋଇ କଳହକୁ କେନ୍ଦ୍ରକରି ବିଷ ପିଇ ଦୁଇ ଉଭଣୀଙ୍କ ଆତ୍ମହତ୍ୟା

14/06/2019 at 1:45 PM

ସାନଖେମୁଣ୍ଡି ୧୪|୬: ସାରା ରାଜ୍ୟରେ ଆଜି ଛୋଟ ଠାରୁ ବଡ଼ ଝିଅମାନେ ନୂଆ ଡ୍ରେସ ପିନ୍ଧି ପିଠା ମିଠା ଖାଇ ରଜ ପର୍ବ ପାଳନ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ଦୁଇ ଭଉଣୀ ବିଷ ପିଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।  ମୃତକ ଦୁଇ ଜଣ କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗାଁର ପଦ୍ମନାଭ ଭୂୟାଁଙ୍କ ଦୁଇ ଝିଅ ଦୀପା ଭୂୟାଁ ଓ ଲିଜା ଭୂୟାଁ ।  ଘରୋଇ କଳହକୁ କେନ୍ଦ୍ର କରି ଉଭୟ ବିଷ ପିଇଥିବା ସନ୍ଦେହ କରାଯାଉଛି ।  ମା ଛେଉଣ୍ଡ ଏହି ଭଉଣୀ ସାବତ ମାକୁ ନେଇ ବେଶ୍  କିଛି ଦିନ ଅସନ୍ତୁଷ୍ଟ ଥିଲେ।

ସୂଚନା ଅନୁସାରେ ଆଜି ଘରେ କୌଣସି କାରଣକୁ ନେଇ କଳହ ହୋଇଥିଲା।  ଉଭୟ ବାଡିକୁ ଯାଇଥିଲେ କିନ୍ତୁ ଅସୁସ୍ଥ ଅବସ୍ଥାରେ ଘରେ ପହଞ୍ଚିଥିଲେ।  ଉଭୟଙ୍କୁ ଗୁରୁତର ଅବସ୍ଥାରେ  ହସ୍ପିଟାଲକୁ ନିଆଯାଇଥିଲା। କବିସୂର୍ଯ୍ୟନଗରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କର ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।  ଘଟଣାସ୍ଥଳରେ କବିସୂର୍ଯ୍ୟନଗର  ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

   Related Posts