ପୁଣି ଲଜ୍ଜା : ଚକୋଲେଟ୍ ଦେଇ ଦୁଇ ନାବାଳିକା ଭଉଣୀଙ୍କୁ ସମ୍ପର୍କୀୟ ଭାଇର ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | July 05, 2019 IST

ସୋର ୫|୭: ଚକୋଲେଟ ଦେଇ ଦୁଇ ଭଉଣୀଙ୍କୁ ସମ୍ପର୍କୀୟ ଭାଇର ଦୁଷ୍କର୍ମ ଅଭିଯୋଗ ହୋଇଛି । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଅଞ୍ଚଳରେ। ଜଣଙ୍କର ବୟସ ୧୧ ବର୍ଷ ହୋଇଥିବାବେଳେ ଅନ୍ୟ ଜଣଙ୍କର ବୟସ ୭ ବର୍ଷ। ପୀଡିତାଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

{"id":130540}

ସୂଚନାଯୋଗ୍ୟ ଯେ, ଗତ ସୋମବାର ଦୁଇ ଭଉଣୀ ଖେଳୁଥିଲେ । ଏହି ସମୟରେ ସେହି ଗାଁର ପଡୋଶୀ ଦାଦା ପୁଅ ଭାଇ ସାନ୍ତୁନୁ ପାତ୍ର ଓରଫ ଜୁଲୁ ଚକୋଲେଟ୍ ଦେବା ବାହାନାରେ ନିଜ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲେ । ଏ ବିଷୟରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଉଭୟ ନାବାଳିକାଙ୍କୁ ଧମକ ଦେଇଥିଲେ । ଏଥିରେ ଡରିଯାଇ ଉଭୟ ଏହି ଘଟଣା ସମ୍ପର୍କରେ କାହାକୁ କହିନଥିଲେ। ତେବେ ଗତକାଲି ରାତିରେ ଉଭୟ ନାବାଳିକା ଯନ୍ତ୍ରଣା ଅନୁଭବ କରିବାରୁ ମାଆଙ୍କୁ ସବୁ କଥା କହିଥିଲେ।

{"id":130539}

ଘଟଣା ସମ୍ପର୍କରେ ଜଣାପଡିବା ପରେ ନାବାଳିକାଙ୍କ ବାପା ଅଭିଯୁକ୍ତ ସାନ୍ତୁନୁଙ୍କ ବିରୋଧରେ ଥାନାରେ ଏତଲା ରୁଜୁ କରିଥିଲେ। ଖନ୍ତାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ଅଭିଯୁକ୍ତ ଫେରାର ହୋଇଯାଇଛି। ଖନ୍ତାପଡା ଥାନାରେ ମାମଲା ରୁଜୁ କରାଯିବା ସହ  ୨ ଭଉଣୀଙ୍କ ବୟାନ ରେକର୍ଡ କରାଯିବା ସହ ଡାକ୍ତରୀ ମାଇନା ପାଇଁ ପଠାଯାଇଥିବା କହିଛନ୍ତି ଖନ୍ତାପଡା ଆଇଆଇସି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.