ନଦୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ, ଆଖୁ ବାଡକୁ ଯାଇଥିଲେ ଆଉ ଫେରିଲେନି

Published By : Prameya-News7 Bureau | March 11, 2020 IST

ନବରଙ୍ଗପୁର ୧୧।୩: ନବରଙ୍ଗପୁରରେ ଅଘଟଣ । ଭାସ୍କେଲ ନଦୀରେ ବୁଡି ଦୁଇ ନାବାଳିକାଙ୍କର ମୃତ୍ୟୁ ହୋଇଛି । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ରୁନିଗୁଡ଼ା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

{"id":236493,"sizeSlug":"large"}

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରୁନିଗୁଡା ଗ୍ରାମର ସମଦୁ ପୂଜାରୀଙ୍କ ଝିଅ ଓ ତାଙ୍କ ସାନ ଭାଇ ଡମ୍ବରୁଧର ପୂଜାରୀଙ୍କ ଝିଅ ଛଅ ବର୍ଷର ଜୟମଣି ଓ ସାତ ବର୍ଷର ହେମବତୀ ଆଖୁ ବାଡକୁ ଯିବାକୁ କହି ଘରରୁ ବାହାରିଥିଲେ । ପରେ ଆଖୁବାଡରୁ ଘରକୁ ଯିବାକୁ କହି ଆଖୁ ବାଡରୁ ବାହାରିଥିଲେ । କିନ୍ତୁ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲେ । ଉଭୟଙ୍କୁ ପରିବାର ଲୋକ ଖୋଜାଖୋଜି କରିବା ପରେ ସନ୍ଧ୍ୟା ସମୟରେ ସେମାନଙ୍କ ମୃତଦେହ ଗାଁ ନିକଟସ୍ଥ ଭାସ୍କେଲ ନଦୀରେ ଭାସୁଥିବା ଅବସ୍ଥାରେ ଦେଖିବାକୁ ପାଇ ପରିବାର ତରଫରୁ କୋଶାଗୁମୁଡ଼ା ଥାନାରେ ଏତଲା ଦିଆଯାଇଥିଲା ।

{"id":236494,"sizeSlug":"large"}

ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ତରଫରୁ ମୃତଦେହକୁ ନଦୀରୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।  ପ୍ରାଥମିକ ପର୍ଯ୍ୟାୟରେ ଦୁଇଜଣ ନାବାଳିକା ଆଖୁ ବାଡରୁ ଘରକୁ ନ ଯାଇ ନିକଟସ୍ଥ ଭାସ୍କେଲ  ନଦୀକୁ ଯାଇଥିବା ଓ  ସେଠାରେ ଗାଧୋଇବା ସମୟରେ କୌଣସି କାରଣରୁ ପାଣିରେ ବୁଡି ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି । ତେବେ ମୃତ୍ୟୁର ପ୍ରକୃତ କାରଣ କଣ ସେନେଇ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.