ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ଅକାଳ ମୃତ୍ୟୁ, ଗାଧୋଇବାକୁ ଯାଇଥିବାବେଳେ ଅଘଟଣ

Published By : Prameya-News7 Bureau | November 19, 2023 IST

ସାନଖେମୁଣ୍ଡି: ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ କୀର୍ତ୍ତିପୁରରେ। ସୂଚନା ଅନୁଯାୟୀ, ସକାଳୁ ପୋଖରୀକୁ ଗାଧେଇବାକୁ ଯାଇଥିବାବେଳେ ଦୁଇ ଭଉଣୀ ରୋସନୀ ରାଉତ ଓ ସନ୍ଧ୍ୟା ରାଉତ ପାଣିରେ ବୁଡ଼ି ଯାଇଥିଲେ। ଆଉ ତାଙ୍କର ମୃତ୍ୟୁ ହୋଇଥିଲା।

ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ସେମାନଙ୍କୁ ପୋଖରୀରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ସେପଟେ ସୂଚନା ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଅଭାବନୀୟ ଘଟଣା, ମାମୁର ଗାଙ୍ଗିଆ ଚୋଟରେ ଭଣଜା ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.