ପ୍ଲାଷ୍ଟିକ୍ ବ୍ୟବହାର ନେଇ ୟୁନିଟ୍ ୧ ମାର୍କେଟ୍ରେ ବିଏମ୍ସି ଚଢଉ, ୩ଟି ହୋଲସେଲ୍ ଦୋକାନ ସିଲ୍
1/04/2023 at 5:16 PM

ଭୁବନେଶ୍ବର ୧।୪: ଭୁବନେଶ୍ବର ୟୁନିଟ୍ ୧ ମାର୍କେଟ୍ରେ ବିଏମ୍ସି ପକ୍ଷରୁ ଚଢାଉ । ବିଏମ୍ସିର ସ୍ପେଶାଲ ସ୍କ୍ବାଡ୍ ଏହି ଚଢାଉ କରିଛି । ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟାନ୍ ଥିଲେ ମଧ୍ୟ ଏହାର ବହୁଳ ବ୍ୟବହାର ଚାଲୁଥିବାରୁ ବିଏମସି ପକ୍ଷରୁ ଚଢ଼ାଉ କରାଯାଇଛି ।
୧ ନମ୍ବର ହାଟରେ ଥିବା ହୋଲସେଲ ଦୋକାନଗୁଡ଼ିକରେ ଚଢ଼ାଉ କରାଯାଇ ପ୍ଲାଷ୍ଟିକ୍ ଜବତ କରିଛି ବିଏମସି । ଏହାସହ ୩ଟି ହୋଲସେଲ ଦୋକାନ ମଧ୍ୟ ସିଲ୍ ହୋଇଛି । ଆଗକୁ ଉତ୍ପାଦନ ୟୁନିଟ୍ରେ ମଧ୍ୟ ଚଢ଼ାଉ ହେବ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।