ଦୁଇ ଜଣ ଚାଷୀଙ୍କୁ ଅଧିକ ମାତ୍ରାରେ ସାର ବିକ୍ରି ଅଭିଯୋଗ, ଦୁଇ ସାର ଦୋକାନର ଲାଇସେନ୍ସ ରଦ୍ଧ

Published By : Prameya-News7 Bureau | September 06, 2020 IST

ପାଟଣା ୦୬।୦୯: ୟୁରିଆ ସାରର କଳା ବଜାରୀ ହେଉଥିବା ନେଇ ଖବର କିଛି ଦିନ ତଳେ ନ୍ୟୁଜ ୭ରେ ପ୍ରସାରଣ ହୋଇଥିଲା । ଯାହାପରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଦୁଇ ସାର ଦୋକାନର ଲାଇସେନ୍ସ ରଦ୍ଧ ହେବା ନେଇ ଘଟଗାଁ କୃଷି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପାଟଣା ବଜାର ଉପରେ ଥିବା ଭବାନୀ ଏଣ୍ଟରପ୍ରାଇଜର୍ସ ଓ ବଡ଼ ଧନୁର୍ଯ୍ୟୟପୁରରେ ଥିବା ବାବୁ ଫାର୍ଟିଲାଇଜର ପକ୍ଷରୁ ଦୁଇ ଜଣ ଚାଷୀଙ୍କୁ ଅଧିକ ମାତ୍ରାରେ ସାର ବିକ୍ରି କରିଥିବା ଅଭିଯୋଗ ଆସିଥିଲା । ଯାହାପରେ ଦୁଇ ସାର ଦୋକାନର ଲାଇସେନ୍ସ ରଦ୍ଧ କରାଯାଇଛି। ଏଥି ସହିତ ଦୁଇ ସାର ଦୋକାନର ମାଲିକଙ୍କ ସମେତ ୮ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି କୃଷି ବିଭାଗ ।

ସୂଚନା ଅନୁଯାୟୀ ଚଳିତ ବର୍ଷ ୟୁରିଆ ସାର ପାଇଁ ଚାଷୀ ହଇରାଣ ହରକତ ହେଉଛନ୍ତି । ଚାଷୀଙ୍କ ପାଇଁ ଆସିଥିବା ସାରକୁ ଚଞ୍ଚକତା କରି ଦୁଇ ଜଣ ଚାଷୀଙ୍କୁ ମାତ୍ରାଧିକ ସାର ବିକ୍ରି କରିଛନ୍ତି । ଏନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିବାରୁ ଏବେ ଆକ୍ସନ ମୁଡକୁ ଆସିଛି କୃଷି ବିଭାଗ। ବଡ଼ଧନୁର୍ଯ୍ୟୟପୁର ସ୍ଥିତ ବାବୁ ଏଣ୍ଟର ପ୍ରାଇଜର୍ସ ଜଣେ ଚାଷୀଙ୍କୁ ୧୧୯ ବସ୍ତା ଓ ପାଟଣା ବଜାର ଉପରେ ଥିବା ଭବାନୀ ଏଣ୍ଟରପ୍ରାଇଜର୍ସ ଜଣେ ଚାଷୀଙ୍କୁ ୨୨୨ ବସ୍ତା ବିକ୍ରି କରାଯାଇଥିଲା । ଏନେଇ ଅଭିଯୋଗ ପରେ ଦୁଇ ସାର ଦୋକାନର ଲାଇସେନ୍ସକୁ ଘଟଗାଁ ଜିଲ୍ଲା କୃଷି କାର୍ଯ୍ୟାଳୟ ପକ୍ଷରୁ ରଦ୍ଧ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.