ସିବିଆଇ ସ୍କାନରରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୨ ବରିଷ୍ଠ ଅଧିକାରୀ
11/07/2019 at 2:37 PM

ରାଉରକେଲା ୧୧|୭: ସିବିଆଇ ସ୍କାନରରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅଧିକାରୀ । ୨ ବରିଷ୍ଠ ଅଧିକାରୀଙ୍କୁ ଆସନ୍ତାକାଲି ସୁଦ୍ଧା ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ କରିଛି । ଆରଏସ୍ ପିର ନିର୍ବାହୀ ନିର୍ଦ୍ଦେଶକ ରାଜବୀର ସିଂ ସହ ବୋକାରୋ ଷ୍ଟିଲ ପ୍ଲାଣ୍ଟର ମୁଖ୍ୟ ନିର୍ବାହୀ ଅଧିକାରୀ ଅନୁତୋଷ ମୈତ୍ରଙ୍କୁ ଦିଲ୍ଲୀ ସିବିଆଇ ନୋଟିସ ଜାରି କରିଛି । ଏ ନେଇ ନୂଆଦିଲ୍ଲୀ ସିବିଆଇ ଏସ୍ ପି କିରଣ ଏସ୍ ଙ୍କ ନେତୃତ୍ବରେ ଏକ ୫ ଜଣିଆ ଟିମ ରାଉରକେଲାରେ ପହଞ୍ଚିଛନ୍ତି ।

୨୦୧୨ ନଭେମ୍ବରରେ ବୋକାରୋ ଷ୍ଟିଲ ପ୍ଲାଣ୍ଟର ସିଇଓ ଅନୁତୋଷ ମୈତ୍ର ନିଜ ଝିଅ ବାହାଘରରେ ବେଆଇ ଭାବେ କମ୍ପାନୀ ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଛି । ଝିଅ ବାହାଘରରେ ସେ ୨୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ଏହି ଟଙ୍କା ବିଭିନ୍ନ ଅଧିକାରୀଙ୍କ ଜରିଆରେ ଜାଲ ବିଲ କରି ଷ୍ଟିଲ ପ୍ଲାଣ୍ଟ ଅର୍ଥ ଆତ୍ମଶାତ କରିଥିବା ଅଭିଯୋଗ ହୋଇଛି । ଏ ନେଇ ସିବିଆଇ ମାମଲା ରୁଜୁ କରିବା ସହ ନୋଟିସ ଜାରି କରିଛି । ଏହି ମାମଲାରେ ବୋକାରୋ ଷ୍ଟିଲ ପ୍ଲାଣ୍ଟ ଉପ- ମହାପ୍ରବନ୍ଧକ ଅଜୟ କୁମାର, ପ୍ରଶାସନିକ ଅଧିକାରୀ ସୁରେନ୍ଦ୍ର ଝା, ଜେ.ଜିରୋ ଏବଂ ପ୍ରବନ୍ଧକ ରବିନ୍ଦ୍ର ସିଂଙ୍କୁ ପକ୍ଷଭୁକ୍ତ କରିଛି ସିବିଆଇ । ଏମାନେ ସିଇଓଙ୍କ ଝିଅ ବାହାଘରରେ ଜାଲ ବିଲ ପାସ କରିବାରେ ସହଯୋଗ କରିଥିବା ଅଭିଯୋଗ ହୋଇଛି ।