ଛାତ୍ରଛାତ୍ରୀଙ୍କ ପାଇଁ ପାଠ ସହଜ କରିବାକୁ ଦୀର୍ଘ ୮ ବର୍ଷ ହେଲା ୨୫୦ ଆପ୍ ତିଆରି କଲେଣି ଏହି ଦୁଇ ସରକାରୀ କର୍ମଚାରୀ
14/05/2023 at 6:53 PM

ଜୟପୁର: ଗ୍ରାମାଞ୍ଚଳରେ ରହୁଥିବା ପିଲାମାନଙ୍କୁ ସହଜରେ ଶିକ୍ଷା ଦେବାକୁ ରାଜସ୍ଥାନର ଦୁଇ କର୍ମଚାରୀ ଗତ ୮ ବର୍ଷରେ ତିଆରି କରିଛନ୍ତି ୨୫୦ଟି ମୋବାଇର୍ ଆପ୍। ପାଠଗୁଡ଼ିକୁ ହିନ୍ଦୀରେ ଯୋଗାଇ ଦେବାକୁ ଏମାନେ ଆପ୍ ତିଆରି କରି ଚର୍ଚ୍ଚାରେ ରହିଛନ୍ତି।
ଆପ୍ ଗୁରୁ ଭାବରେ ପରିଚିତ ସୁରେନ୍ଦ୍ର ଟେଟାରୱାଲ୍ ଓ ସୁରେଶ ଓଲା ୨୦୧୫ରୁ ଏହି କାମରେ ଲାଗିଛନ୍ତି। ଇଂରାଜୀ ବୁଝି ପାରୁନଥିବା ପିଲା କିଭଳି ଅନ୍ଲାଇନ୍ ମାଧ୍ୟମରେ ସହଜରେ ପାଠ ପଢ଼ିପାରିବେ ସେଥିପାଇଁ ଆପ୍ ତିଆରି କରି ଶିକ୍ଷାର ଡିଜିଟାଲକରଣରେ ବଡ଼ ଯୋଗଦାନ ଦେଇଛନ୍ତି।
ଟେଟାରୱାଲ ଓ ଓଲା ଉଭୟ ରାଜସ୍ଥାନର ଶିକାର ଜିଲ୍ଲାରେ ହୋଇଥିବା ବେଳେ ଉଭୟ ସରକାରୀ ଚାକିରିଆ। ଦୁଇଜଣ କମ୍ପ୍ୟୁଟର ସାଇନ୍ସରେ ପିଜି କରିଛନ୍ତି। ଟେଟାର୍ୱାଲ୍ ସେଲ୍ ଟେକ୍ସ ଅଫିସର ଭାବେ କାର୍ଯ୍ୟରତ ଥିବା ବେଳେ ଓଲା ଶିକ୍ଷା ବିଭାଗରେ ପ୍ରଧାନ ଶିକ୍ଷକ ଅଛନ୍ତି।
ପିଲାମାନଙ୍କୁ ସହଜରେ ପାଠ ପଢ଼ାଇବା ଦୁଇ ଜଣଙ୍କର ଉଦ୍ୟମ ପାଇଁ ତାଙ୍କୁ କେନ୍ଦ୍ର ସରକାର ଅନେକ ପୁରସ୍କାରରେ ପୁରସ୍କୃତ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନ୍ୟାସ୍ନାଲ ଆଇସିଟି ଆୱର୍ଡ ୨୦୧୯ ପାଇଛନ୍ତି। ଶିକ୍ଷା ଉନ୍ନୟ ପାଇଁ ରାଜ୍ୟ ସରକାରଙ୍କୁ ଆପ୍ ପ୍ରଦାନ କରିବାରୁ ରାଜସ୍ଥାନ ଭାମାଶାହ ଶିକ୍ଷା ବିଭୂଷଣ ସମ୍ମାନ ୨୦୧୯-୨୦ ଓ ଇ ଗଭର୍ଣ୍ଣାନ୍ସ କ୍ଷେତ୍ରରେ ଯୋଗଦାନ ଯୋଗୁ ତାଙ୍କୁ ରାଜସ୍ଥାନ ଇ-ଗଭର୍ଣ୍ଣାନ୍ସ ଆୱାର୍ଡ ୨୦୧୬-୧୭ ପୁରସ୍କାର ମିଳିଛି।
ଉପଲବ୍ଧିକୁ ନେଇ ଓଲା କହିଛନ୍ତି “ସରକାରୀ ଚାକିରି କରିବା ପରେ ଆମେ ଫାଙ୍କା ସମୟରେ ଆପ୍ଗୁଡ଼ିକର ବିକାଶ କରୁଥିଲୁ। ଆମେ କମ୍ପିଟିଟିଭ ପରୀକ୍ଷା ଦେଉଥିବା ବେଳେ ଜାଣିବାକୁ ପାଇଥିଲୁ ଯେ ବିଦ୍ୟାର୍ଥୀମାନେ ହିନ୍ଦୀରେ ବିଷୟ ପଡ଼ିପାରୁ ନାହାନ୍ତି। ଆମେ ବିଦ୍ୟାର୍ଥୀଙ୍କ ପାଇଁ ବ୍ଲଗ୍ରେ କଣ୍ଟେଣ୍ଟ ଅପ୍ଲୋଡ କଲୁ। ଏହାପରେ ୨୦୧୫ରେ ବିଷୟମୂଳକ ଆପ୍ ବିକାଶ କରିବାରେ ଲାଗିପଡ଼ିଲୁ।”
ଏହି ଆପ୍ଲିକେସନ୍ରେ ପ୍ରାଥମିକ, ମିଡିଲ ଓ ସିନିୟର ସେକେଣ୍ଡାରୀ କ୍ଲାସ, ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀ ପାଠ୍ୟ ସାମଗ୍ରୀ ରହିଛି। ଶିକ୍ଷାକୁ ଆହୁରି ବିକାଶ କରିବା ସହ ବିଦ୍ୟାର୍ଥୀଙ୍କୁ ସହଯୋଗ କରିବାକୁ ପାଖାପାଖି ୧୦୦ଟି ମୋବାଇଲ୍ ଆପ୍ ଆମେ ସରକାରଙ୍କୁ ଦାନ କରିଛୁ ବୋଲି ଓଲା କହିଛନ୍ତି।
ଟେଟାରୱାଲ୍ କହିଛନ୍ତି ଯେ ଆମ ମୋବାଇଲ୍ ଆପ୍ଲିକେସନ୍କୁ ଲକ୍ଷ ଲକ୍ଷ ଲୋକେ ଡାଉନଲୋଡ କରିଛନ୍ତି। କରୋନା ସମୟରେ ଏହା ପିଲାମାନଙ୍କୁ ଖୁବ୍ ଲାଭ ପହଞ୍ଚାଇଛି। ଏହି ଆପ୍ଗୁଡ଼ିକ ଗୁଗଲ ଆପ୍ ଷ୍ଟୋର୍ରେ ମାଗଣାରେ ଉପଲବ୍ଧ ଅଛି।
ଟେଟାରୱାଲ୍ ଆହୁରି କହିଛନ୍ତି ଯେ ସୂଚନା ଓ ଯୋଗାଯୋଗ ଟେକ୍ନୋଲୋଜି(ଆଇସିଟି) ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆମେମାନେ ଏକ ଫ୍ରି ଓପନ ଆପ୍ ମେକର ପ୍ଲାଟଫର୍ମ ହାଇପରଲିଙ୍କ- http://theappstation.com ଓ theappstation.com ତିଆରି କରିଛୁ। ଶିକ୍ଷକମାନଙ୍କ ଏହି ଏହା ତିଆରି କରାଯାଇଛି। ବିନା କୌଣସି ଟେକ୍ନିକାଲ ଜ୍ଞାନରେ ଶିକ୍ଷକମାନେ ନିଜର ମୋବାଇଲ୍ ଆପ୍ ତିଆରି କରି ଶିକ୍ଷକାକୁ ଡିଜିଟାଲାଇଜେସନ କରିବା ଦିଗରେ ସହଯୋଗ କରିପାରିବେ। ଏହି ପ୍ଲାଟ୍ଫର୍ମ ଜରିଆରେ ଅଡିଓ, ଭିଡିଓ, କ୍ୱିଜ୍, ନୋଟ୍ସ, କ୍ୟାଲେଣ୍ଡର, ରେଡିଓ, ଚାଟବଟ ଓ ଅନ୍ୟ ସୁବିଧାଗୁଡ଼ିକ ଡ୍ରାଗ୍ ଓ ଡ୍ରପ୍ ଶୈଳୀରେ ମୋବାଇଲ୍ ଆପ୍ ତିଆରି କରିପାରିବେ ବୋଲି ଓଲା କହିଛନ୍ତି।