ବଗିଚା କାମ କରୁଥିଲେ କଏଦୀ, ସୁବିଧା ଦେଖି ଦୁଇ ଜଣ ଜେଲ୍‌ରୁ ମାରିଲେ ଚମ୍ପଟ

Published By : Prameya-News7 Bureau | April 07, 2024 IST

କଳାହାଣ୍ଡି ୦୭।୦୪ : କାରାଗାରରୁ କଏଦୀ ଚମ୍ପଟ । ଭବାନୀପାଟଣା ମୁଖ୍ୟ କାରାଗାରରୁ ଦୁଇ କଏଦୀ ଚମ୍ପଟ ମାରିଛନ୍ତି । ପାଚେରୀ ଡେଇଁ ଚମ୍ପଟ ମାରିଥିବା ସୂଚନା ମିଳିଛି । 

ଖବର ଅନୁଯାୟୀ, ରବିବାର ସକାଳୁ ବଗିଚା କାମ କରୁଥିଲେ କଏଦୀ । ଏହି ସମୟରେ ସୁଯୋଗ ଦେଖି ଦୁଇ ଜଣ କଏଦୀ ଜେଲ୍‌ର ପାଚେରୀ ଡେଇଁ ଚମ୍ପଟ ମାରିଛନ୍ତି । ତେବେ ଫେରାର ଦୁଇ ଜଣ କଏଦୀ ହେଉଛନ୍ତି ସିକନ୍ଦର ଜାଲ୍‌ ଏବଂ ନୀଳମଣି ବିଭାର ବୋଲି ଜଣାପଡିଛି । ଦୁଇ ଜଣ କଏଦୀ ପୋକ୍ସ କେସ୍‌ରେ ଗିରଫ ହୋଇ ଆସିଥିଲେ । ଜଣେ ଫେବୃଆରୀରେ ଆସିଥିବା ବେଳେ ଆଉ ଜଣେ ମାର୍ଚ୍ଚରେ ଜେଲ୍‌କୁ ଆସିଥିଲେ । 

ତେବେ କଏଦୀ ଫେରାର ହେବା ପରେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ ଚାଲିଛି । କଏଦୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.