ପଟ୍ଟନାୟକିଆ ଟ୍ରିପଲ ମର୍ଡର ଘଟଣା : ଧରାପଡିଲେ ଦୁଇ ମୁଖ୍ୟ ଅଭିଯୁକ୍ତ
28/07/2019 at 6:51 PM

ପୁରୀ ୨୮|୭: ପୁରୀ ସତ୍ୟବାଦୀ ପଟ୍ଟନାୟକିଆ ଟ୍ରିପଲ ମର୍ଡର ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଦୁଇ ଅଭିଯୁକ୍ତ ହେଲେ ମିଟୁ ବେହେରା ଓ ପୁନିଆ ବେହେରା । ପିପିଲି ଓ ପୁରୀ ପୋଲିସର ମିଳିତ ଚଢାଉରେ ଗିରଫ ହେଲେ ଦୁଇ ଅଭିଯୁକ୍ତ । ଏନେଇ ପୁରୀ ଏସପି ଉମାଶଙ୍କର ଦାସ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି । ମାମଲାରେ ମୋଟ୍ ୮ଜଣ ଗିରଫ ହୋଇଛନ୍ତି । ଅନ୍ୟ ୫ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି ।
ସୂଚନାଯାଗ୍ୟ ଯେ, ଗତ ୧୪ ତାରିଖ ଦିନ ପଟ୍ଟନାୟକିଆ ଛକରେ ଗୋଟିଏ ପରିବାରର ତିନି ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମୃତକମାନେ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା ଓ ପଞ୍ଚୁ ବେହେରା । ପଟ୍ଟନାୟକିଆ ଛକରେ ଥିବା ଢାବାରୁ କାମ ସାରି ସ୍କୁଟିରେ ଘରକୁ ବାହିରିଥିଲେ ପୂର୍ଣ୍ଣଚନ୍ଦ୍ର । ହଠାତ୍ ରାସ୍ତାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ୩ ଜଣ ଦୁର୍ବୃତ୍ତ । ପୂର୍ଣ୍ଣଚନ୍ଦ୍ର ତଳେ ପଡିଯାଇଥିଲେ । ଅତି ନିର୍ଦ୍ଦୟ ଭାବେ ବାରମ୍ବାର ହାଣି ଚାଲିଥିଲେ ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ପୂର୍ଣ୍ଣଚନ୍ଦ୍ରଙ୍କ ବଡବାପା ପୁଅ ପଞ୍ଚୁ ବେହେରା । ପୂର୍ଣ୍ଣକୁ ଛାଡି ସେମାନେ ପଞ୍ଚୁଙ୍କୁ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ଏତେ ନିର୍ଦୟ ଥିଲେ ଯେ ସେଇଠି ହାଣି ଚାଲିଥିଲେ । ଏହାପରେ ବାଇକରେ ଘଟଣାସ୍ଥଳରେ ପହଞ୍ଚିଥିଲେ ପରିବାରର ଆଉ ଜଣେ ସଦସ୍ୟ କୃଷ୍ଣଚନ୍ଦ୍ର । କିଛି ଭାବିବା ପୂର୍ବରୁ କୃଷ୍ଣଙ୍କୁ ମଧ୍ୟ ଶେଷ କରି ଦେଇଥିଲେ ଦୁର୍ବୃତ୍ତମାନେ । ମାତ୍ର କେଇ ମିନିଟ୍ ଭିତରରେ ତିନିଜଣଙ୍କୁ ଏମାନେ ହତ୍ୟା କରିଥିଲେ।