ଦେବଗଡରେ ଭୋଟ୍ ବାତିଲ ଘଟଣାରେ ଦୁଇ ପୋଲିଂ ଅଧିକାରୀ ନିଲମ୍ବିତ

Published By : Prameya-News7 Bureau | April 26, 2019 IST

ଦେବଗଡ ୨୬|୪: ଦେବଗଡ ଜିଲ୍ଲାରେ ନିର୍ବାଚନ ବେଳେ ୧୮୩ନମ୍ବର ବୁଥ୍‌ରେ ଭୋଟ୍ ବାତିଲ ଘଟଣାରେ ଦୁଇ ଜଣ ପୋଲିଂ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ପୋଲିଂ ଅଧିକାରୀ ହେଲେ ସେକ୍ଟର ଅଫିସର ଟି.ଗୋପାଳକୃଷ୍ଣ ସରାଫ ଓ ପ୍ରିଜାଇଡିଂ ଅଫିସର ହିମାଂଶୁ ଶେଖର ବେହେରା । ଭୋଟ୍ ବେଳେ ଇଭିଏମ୍ ଓ ଭିଭିପାଟ୍ ଭୁଲ୍ ସଂଯୋଗ କରିଥିବା ଅଭିଯୋଗରେ ଉଭୟଙ୍କତୁ ଦେବଗଡ ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଦେବଗଡ ଜିଲ୍ଲାର ରିଆମାଳ ବ୍ଲକ୍ ଆଡସ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଆରିଆ ପ୍ରାଥମିକ ବିଦ୍ୟାଳୟ ବୁଥ୍ ନମ୍ବର ୧୮୩ରେ ହୋଇଥିଲା ଭୁଲ୍ ସଂଯୋଗ ହୋଇଥିଲା । ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଯାହା ଫଳରେ ସେଠାରେ ନିର୍ବାଚନ ବାତିଲ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.