ନ୍ୟୁଜିଲାଣ୍ଡ-ପାକିସ୍ତାନ ଟି-୨୦ ମ୍ୟାଚ୍ ବେଳେ ଆକାଶରେ ଝଲସି ଉଠିଲା ଦୁଇ ଗ୍ରହ, କ୍ୟାମେରାମ୍ୟାନ କଏଦ କଲେ ବିରଳ ଦୃଶ୍ୟ

Published By : Prameya-News7 Bureau | December 20, 2020 IST

ନୂଆଦିଲ୍ଲୀ ୨୦।୧୨: ରବିବାର ହାମିଲଟନର ସେଡନ ପାର୍କରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଦ୍ଵିତୀୟ ଟି-୨୦ ମ୍ୟାଚ୍‌  ଚାଲିଥିବା ବେଳେ ଆକାଶରେ  ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଆଉ ଏହି ଦୃଶ୍ୟକୁ ଷ୍ଟାଡିୟମରେ ଉପସ୍ଥିତ କ୍ୟାମେରାମ୍ୟାନ୍‌ ନିଜ କ୍ୟାମେରାରେ ଉତ୍ତୋଳନ କରି ନେଇଛନ୍ତି। ନ୍ୟୁଜିଲାଣ୍ଡ ଇନିଂସର ଦଶମ ଓଭରରେ କ୍ୟାମେରାମ୍ୟାନ ରାତିରେ ଆକାଶରେ ଦୃଶ୍ୟମାନ ହେଉଥିବା ବୃହସ୍ପତି ଓ ଶନି ଗ୍ରହକୁ ଏକତ୍ର ଭାବେ ନିଜ କ୍ୟାମେରାରେ କଏଦ କରି ନେଇଛନ୍ତି।

ଏହି ଦୃଶ୍ୟକୁ ଫ୍ଲାସ୍ ସ୍କୋର କ୍ରିକେଟ୍ ଭାଷ୍ୟକାରଙ୍କ ଟିମ୍‌ କ୍ୟାପସନ ସହ ଟ୍ଵିଟ୍ କରିଛନ୍ତି ଯେ, ବୃହସ୍ପତି ଏବଂ ଶନି ସେଡନ ପାର୍କରେ ଦୃଶ୍ୟମାନ ହୋଇଛି। କିନ୍ତୁ ଏହି ଗ୍ରହ ପାକିସ୍ତାନରେ ଦୃଶ୍ୟମାନ ହୋଇ ନାହିଁ। ପାକିସ୍ତାନକୁ ନ୍ୟୁଜିଲାଣ୍ଡ ୯ ଓ୍ଵିକେଟ୍‌ରେ ହରାଇବା ପରେ ଏହି ବିରଳ ଦୃଶ୍ୟର ଫଟୋ ଭାଇରାଲ ହୋଇଛି।

wp:html /wp:html

ଏହି ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ମହମ୍ମଦ ହାଫିଜଙ୍କ ଅପରାଜିତ ୯୯ ରନ ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୩ ରନ କରିଥିଲା। ହାଫିଜ ୫୭ ବଲରୁ ୧୦ ଚୌକା ଓ ୫ ଛକା ସହ ଏହି ସ୍କୋର କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ଟିମ୍ ସେଇଫର୍ଟଙ୍କ ୮୪ ରନ ଏବଂ ଅଧିନାୟକ କେନ ଓ୍ଵିଲିୟମସନଙ୍କ ୫୭ ରନ ବଳରେ ୧୯.୨ ଓଭରରେ ମାତ୍ର ୧ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ଦ୍ଵିତୀୟ ଓ୍ଵିକେଟ୍‌ରେ ୧୨୯ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.