୩୭୦୦୦ ଫୁଟ ଉଚ୍ଚରେ ଉଡୁଥିଲା ବିମାନ, ଶୋଇ ପଡିଲେ ଦୁଇ ପାଇଲଟ, ଜାଣନ୍ତୁ କିପରି ହେଲା ଅବତରଣ
19/08/2022 at 9:05 PM

ନୂଆଦିଲ୍ଲୀ: ୩୭୦୦୦ ଫୁଟ ଉଚ୍ଚରେ ଉଡୁଥିଲା ବିମାନ, ଶୋଇପଡିଲେ ଦୁଇ ପାଇଲଟ । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଇଥିୟୋପିଆରେ । ସୁଡାନର ଖାରତୁମରୁ ଆଡିସ ଆବାବା ଯାଉଥିବା ଇଥିୟୋପିୟାନ ଏୟାରଲାଇନ୍ସର ଦୁଇ ପାଇଲଟ ଏତେ ଗଭୀର ନିଦରେ ଥିଲେ ଯେ, ବିମାନର ଅବତରଣ କରିବା ଭୁଲି ଗଲେ । ଘଟଣାଟି ସୋମବାର ଘଟିଥିଲା। ସୂଚନା ଅନୁସାରେ, ବିମାନ ବନ୍ଦର ନିକଟରେ ପହଞ୍ଚିବା ପରେ ଫ୍ଲାଇଟ ଇଟି୩୪୩ ଅବତରଣ ପାଇଁ ପ୍ରକ୍ରିୟା ଆରମ୍ଭ ନ କରିବା ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ଆଲର୍ଟ ପଠାଇଥିଲା । ଅନେକ ପ୍ରୟାସ ପରେ ବି ଏଟିସି ପାଇଲଟଙ୍କ ସହ ଯୋଗାଯୋଗ କରିପାରି ନଥିଲା।
ଦୁଇ ପାଇଲଟ ନିଦରେ ଥିବା ଯୋଗୁଁ ଅଟୋ ପାଇଲଟ ସାହାଯ୍ୟରେ ବିମାନଟି ଆକାଶରେ ଉଡୁଥିଲା । ଏଭିଏସନ ହେରାଲ୍ଡ ଅନୁସାରେ, ଯେତେବେଳେ ବିମାନ ରନ ୱେ କ୍ରସ କରିଥିଲା, ସେହି ସମୟରେ ଅଟୋ ପାଇଲଟ ବନ୍ଦ ହୋଇଯାଇଥିଲା ଏବଂ ବିମାନରେ ଜୋରରେ ଅଲାର୍ମ ବାଜିଥିଲା। ଏହାପରେ ଦୁଇ ପାଇଲଟଙ୍କ ନିଦ ଭାଙ୍ଗିଥିଲା । ଏହାସହ ବିମାନକୁ ନିଜ କଣ୍ଟ୍ରୋଲକୁ ନେଇଥିଲେ । ପ୍ରାୟ ୨୫ ମିନିଟ ପରେ ବିମାନକୁ ପୁଣି ଥରେ ରନୱେ ଆଣିଥିଲେ ଏବଂ ବିମାନର ସୁରକ୍ଷିତ ଅବତରଣ କରାଇଥିଲେ।
ଏଭିଏସନ ସର୍ଭିଲାନ୍ସ ସିଷ୍ଟମରୁ ଯେଉଁ ଡାଟା ମିଳିଛି, ସେଥିରୁ ମଧ୍ୟ ଏହି ଘଟଣା ସ୍ପଷ୍ଟ ହୋଇଛି। ଏଥିରେ ସ୍ପଷ୍ଟ ଜଣାପଡୁଛି ଯେ ବିମାନ ରନୱେ ଉପରୁ ଚାଲି ଯାଇଥିଲା। ଉଡାଣ ବିଶେଷଜ୍ଞ ଏଲେକ୍ସ ମେଚରାସ ଏହି ଘଟଣା ବାବଦରେ ଟ୍ୱିଟରେ ପୋଷ୍ଟ କରିଛନ୍ତି।
Deeply concerning incident at Africa’s largest airline — Ethiopian Airlines Boeing 737 #ET343 was still at cruising altitude of 37,000ft by the time it reached destination Addis Ababa
— Alex Macheras (@AlexInAir) August 18, 2022
Why hadn’t it started to descend for landing? Both pilots were asleep. https://t.co/cPPMsVHIJD pic.twitter.com/RpnxsdtRBf